‘ନାଚ୍ ବଲିୟେ ୯’ର ବିଜେତା ପ୍ରିନ୍ସ-ୟୁବିକା
ଆକ୍ଟର୍ ଓ ଡ୍ୟାନ୍ସର୍ ପ୍ରିନ୍ସ ନରୁଲା ଓ ତାଙ୍କ ପତ୍ନୀ ୟୁବିକା ଚୌଧୁରୀ ସେଲିବ୍ରିଟି ଡ୍ୟାନ୍ସିଙ୍ଗ୍ ରିଏଲିଟି ଶୋ’ ‘ନାଚ୍ ବଲିୟେ ୯’ର ବିଜେତା ହୋଇଛନ୍ତି । ରବିବାର ଦିନ ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ବିଜେତାଙ୍କ ନାମ ଘୋଷିତ ହୋଇଥିଲା । ଦବଙ୍ଗ ଭାଇଜାନ୍ ସଲ୍ଲୁ ଏହି ଶୋ’କୁ ପ୍ରୋଡ୍ୟୁସ୍ କରିଥିଲେ, ଯାହାର ପ୍ରାଇଜ୍ ମନି ରଖାଯାଇଥିଲା ୫୦ ଲକ୍ଷ ଟଙ୍କା । ଏହାର ଜଜ୍ ଭାବେ ଥିଲେ ରବିନା ଟଣ୍ଡନ୍ ଓ ଅହମଦ୍ ଖାନ୍ । ୫ଟି ଯୋଡ଼ି ମଧ୍ୟରେ ଫାଇନାଲ୍ ରାଉଣ୍ଡ୍ ହୋଇଥିଲା । ସେହି ଯୋଡ଼ିମାନେ ହେଲେ – ପ୍ରିନ୍ସ-ୟୁବିକା, ଶାନ୍ତନୁ-ନିତ୍ୟାମି, ଅନିତା-ରୋହିତ, ବିଶାଲ-ମାଧୁରିମା ଓ ଅଲ୍ଲି ଗୋନି-ନତାଶା ।
ଅନିତା-ରୋହିତ୍ ଓ ବିଶାଲ-ମାଧୁରିମା କ୍ରମଶଃ ଫାଷ୍ଟ୍ ଓ ସେକେଣ୍ଡ ରନରଅପ୍ ହୋଇଛନ୍ତି । ପ୍ରିନ୍ସ ଓ ୟୁବିକାଙ୍କ ଚେହେରାରେ ବିଜେତାର ଖୁସି ସ୍ପଷ୍ଟ ଝଳକି ଉଠୁଛି । କହିରଖୁଛୁ ୨୦୧୬ରେ ‘ବିଗ ବସ୍’ ହାଉସରେ ପ୍ରିନ୍ସ ଓ ୟୁବିକାଙ୍କ ସାକ୍ଷାତ ହୋଇଥିଲା ଏବଂ ୨୦୧୮ରେ ଏହି ଲଭବାର୍ଡ଼ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।