ପଞ୍ଚୁକରେ କରନ୍ତୁ ଏହି ୩ଟି କାମ, ଦୂର ହେବ ସମସ୍ତ ବାସ୍ତୁଦୋଷ
ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ପଞ୍ଚୁକ । କାର୍ତ୍ତିକ ମାସ ସାରା କୌଣସି ପୂଜାବ୍ରତ ନ କରିଥିଲେ ମଧ୍ୟ ଏହି ୫ଦିନ କିଛି ନିୟମକୁ ନିଷ୍ଠାର ସହ ପାଳନ କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ପୁରାଣରେ ଲିପିବଦ୍ଧ । ତେବେ ସେସବୁ ନିୟମ ମଧ୍ୟରୁ ୩ଟି ଏଭଳି କାମ କରିଛି, ଯାହାକୁ କରିବା ଦ୍ୱାରା ଘରୁ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ହେବା ସହ ବାସ୍ତୁଦୋଷ ଦୂର ହୋଇଥାଏ ।
ତେବେ ଆସନ୍ତୁ ଜାଣିବା –
୧- ତୁଳସୀ ଚଉରାକୁ ଭଲ ଭାବେ ଧୋଇ ଚୂନ ଓ ରଙ୍ଗରେ ସଜାଇ ନୂଆବସ୍ତ୍ର ପିନ୍ଧାନ୍ତୁ । ଏହାପରେ ତୁଳସୀ ଗଛକୁ ଘରର ଠିକ୍ ସାମନାରେ ରଖନ୍ତୁ । ତୁଳସୀ ଗଛ ରଖିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇନଥାଏ ।
୨- ଏହାପରେ ପ୍ରତଦିନ ଭଳି କାର୍ତ୍ତିକ ମାସର ଝୋଟି ଦେଇ ପୂଜା କରନ୍ତୁ । ପୂଜା ସରିବା ପରେ ତୁଳସୀଗଛ ମୂଳର ମାଟି ଆଣି ନିଜ ମଥାରେ ଲଗାନ୍ତୁ ।
୩- ଆଉ କିଛି ମାଟିକୁ ଗୋଟିଏ ପିତଳ ଢ଼ାଳରେ ରଖି ପାଣି ପକାନ୍ତୁ । ସେହି ପାଣିକୁ କିଛି ଦୁବ ସାହାଯ୍ୟରେ ଘରର ଚାରିପଟେ ସିଞ୍ଚନ କରିବା ସହ ମଙ୍ଗଳ କାମନା କରି ତୁଳସୀଙ୍କୁ ସ୍ମରଣ କରନ୍ତୁ । ଏହାପରେ ସେହି ପାଣିକୁ ପରିବାରର ସଦସ୍ୟଙ୍କୁ ପାଦୁକ ଭାବେ ଦିଅନ୍ତୁ ଏବଂ କିଛି ଜଳକୁ ସେମାନଙ୍କ ଉପରେ ସିଞ୍ଚନ କରନ୍ତୁ । ଜ୍ୟୋତିଷମାନଙ୍କ ଅନୁଯାୟୀ ପଞ୍ଚୁକ ୫ ଦିନ ଏଭଳି କରିବା ଦ୍ୱାରା ଘରୁ ବାସ୍ତୁଦୋଷ ଦୂର ହେବା ସହ ଘରର ସଦସ୍ୟଙ୍କ ମଧ୍ୟରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ତେବେ ଆପଣ ମଧ୍ୟ ଆଗାମୀ ପଞ୍ଚୁକରେ ଏହାକୁ ଟ୍ରାଏ କରନ୍ତୁ ।