ବିୟୁଟି ଟିପ୍ସ: ଅଁଳା ଟ୍ରିଟମେଣ୍ଟ୍ ଦ୍ୱାରା ପାଆନ୍ତୁ ଚମକଦାର୍ ଚେହେରା

ଘରୋଇ ଉପଚାର କ୍ଷେତ୍ରରେ ଅଁଳା ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଅଁଳାର ବ୍ୟବହାର କରାଯାଏ । ଆର‌୍ୟୁବେଦରେ ମଧ୍ୟ ଅଂଳାର ଔଷଧିୟ ଗୁଣ ସମ୍ପର୍କରେ ଅନେକ ବର୍ଣ୍ଣନା ରହିଛି । ତେବେ ଏହା ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ସହିତ ତ୍ୱଚା ସମ୍ପର୍କିିତ ସମସ୍ୟା ଦୂର କରି ଚେହେରାର ଚମକ ବଢ଼ାଇଥାଏ । ଏହାକୁ ଗୋଟିଏ ବେଷ୍ଟ୍ ବିୟୁଟି ପ୍ରଡକ୍ଟ ଭାବେ ଆପଣ ଟ୍ରାଏ କରିପାରିବେ ।

ତେବେ ଆସନ୍ତୁ ଜାଣିବା କିଭଳି ଏହାକୁ ବ୍ୟବହାର କରି ଆପଣ ଏକ ଗ୍ଲୋଇଙ୍ଗ୍ ଓ ସତେଜ ଚେହେରା ପାଇପାରିବେ ।
୧- କଂଚା ହେଉ କିମ୍ବା ଶୁଖିଲା, ଅଁଳା କୋଳିକୁ କିଛି ସମୟ ଏକ ଗ୍ଲାସ୍ ପାଣିରେ ପକାଇ ଫୁଟାନ୍ତୁ । ପାଣି ଫୁଟି ଅଧା ଗ୍ଲାସ୍ ହୋଇଯିବା ପରେ ତାହାକୁ ଚହେରାରେ ଲଗାନ୍ତୁ ଏବଂ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ । ଦିନକୁ ୨ଥର ଏଭଳି କରିବା ପରେ ବ୍ରଣ ଓ କଳାଦାଗ ଓ ଚେହେରାରେ ଥିବା ଲାଲ୍ ଦାଗ ସମସ୍ୟା ଦୂର ହୋଇଥାଏ ।
୨- ରୁକ୍ଷ ତ୍ୱଚାକୁ କୋମଳ ରଖିବା ପାଇଁ ଅଁଳା ପାଉଡରକୁ ବେସନ ସହିତ ମିଶାଇ ଲଗାନ୍ତୁ । ଏହା ଦ୍ୱାରା ତ୍ୱଚା କୋମଳ ହେବା ସହିତ କାଠବ୍ରଣ ଓ ବ୍ଲାକହେଡ୍ସ ସମସ୍ୟା ଦୂର ହୋଇଥାଏ ।
୩-ଅଁଳା ପତ୍ର ଓ ଛାଲିର ରସ ବାହାର କରି ସେଥିରେ ମହୁ ମିଶାଇ ଚେହେରାରେ ଲଗାନ୍ତୁ ।
୪- ଅଁଳା ମଂଜିର ପାଉଡର୍ କରି ତାହାକୁ ଚନ୍ଦନ ଓ ହଳଦୀ ସହିତ ମିଶାଇ ବ୍ରଣ ଉପରେ ଲେପ ଦେବା ଭଳି ଲଗାନ୍ତୁ । ଏହାଦ୍ୱାରା ବ୍ରଣର ବ୍ୟାକ୍ଟେରିଆ ନଷ୍ଠ ହେବା ସହ ବ୍ରଣ ହୋଇନଥାଏ ।
୫- ଆଖିତଳେ କଳାଦାଗ ସମସ୍ୟା ଦୂର କରିବା ପାଇଁ କଂଚା ଅଁଳା ଓ କଂଚା ହଳଦୀର ଏକ ପେଷ୍ଟ୍ ପ୍ରସ୍ତୁତ କରି ଲଗାନ୍ତୁ ।
୬- ସନବର୍ଣ୍ଣ ନହେବା ପାଇଁ ଫୁଟା ଯାଇଥିବା ଅଁଳା ପାଣିରେ ଚେହେରା ଧୁଅନ୍ତୁ ।

Leave a Reply

Your email address will not be published.