୯ ବର୍ଷ ପରେ ବନସାଲୀ-ହ୍ରିତିକ ଯୋଡ଼ି
‘ଇନସାଆଲ୍ଲା’ର ସୁଟିଂ ବନ୍ଦ ପରେ ହେବା ଏବେ ସଞ୍ଜୟଲୀଲା ବନସାଲି ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଗଙ୍ଗୁବାଇ କାଠିଆୱାଡ଼ି’ର ପୂର୍ବ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଲିଡ୍ ନାୟିକା ଭାବେ ଆଲିଆ ଭଟ୍ଟଙ୍କୁ ସାଇନ୍ କରାଯାଇଛି । କାହାଣୀ ଅନୁଯାୟୀ ମୁମ୍ବାଇର କୁଖ୍ୟାତ ଡନ୍ ହାଜି ମସ୍ତାନଙ୍କ ଭୂମିକା ପାଇଁ ହ୍ରତିକଙ୍କୁ ସାଇନ୍ କରାଯିବ ବୋଲି ଚର୍ଚ୍ଚା ହେଉଛି । ମିଡିଆ ଖବର ଅନୁଯାୟୀ ନିକଟରେ ସଞ୍ଜୟ ହ୍ରିତିକଙ୍କ ସହିତ ଏ ସମ୍ପର୍କିତ ସାକ୍ଷାତକାର କରି ତାଙ୍କୁ ଆପ୍ରୋଚ୍ କରିଛନ୍ତି । ଯଦି ଏହି ଏହି ଅଫରରେ ହ୍ରିତିକ୍ ରାଜି ହୁଅନ୍ତି, ତେବେ ପୁଣି ଦୀର୍ଘ ୯ ବର୍ଷପରେ ସେମାନେ ଦୁଇଜଣ ଏକାସାଙ୍ଗରେ କାମ କରିବେ ।
ଏହା ପୂର୍ବରୁ ‘୨୦୧୦ରେ ରିଲିଜ୍ ହୋଇଥିବା ସଞ୍ଜୟଙ୍କ ନିର୍ଦ୍ଦେଶିତ ‘ଗୁଜାରିଶ୍’ରେ ହ୍ରିତିକ୍ ମୁଖ୍ୟ ଭୂମିକାରେ ଥିଲେ । ମୁମ୍ବାଇର କ୍ରୁର ଲେଡିଡନ୍ ‘ଗଙ୍ଗୁବାଇ କାଠିଆୱାଡ଼ି’ଙ୍କ ବାୟୋପିକ୍ ଭାବେ ଏହାକୁ ପ୍ରସ୍ତୁତ କରାଯାଉଛି । ଆସନ୍ତା ୨୦୨୦ ସେପ୍ଟେମ୍ବର ମାସରେ ଏହାକୁ ରିଲିଜ୍ କରାଯିବାର ଯୋଜନା ରହିଛି । ତେବେ ଚୁଲବୁଲି ଆଲିଆଙ୍କ କ୍ରୁର ଅବତାର ସହିତ ହ୍ରିତିକଙ୍କ ଆକ୍ସନ୍ ସିନେପ୍ରେମୀଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ସିନେ ସମୀକ୍ଷକମାନେ କହିଛନ୍ତି ।