ପୁଣି ଲଘୁଚାପ, ୭ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର, (ଓଟି): ଆସନ୍ତା ସାତ ତାରିଖରୁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଦେଇ ଗତି କରିବା ପରେ ଯଦିଓ ଦୁର୍ବଳ ହେବ କିନ୍ତୁ ଏହା ପୁଣି ଉତ୍ତର-ପୂର୍ବ ଆଡ଼କୁ ମୁହାଁଉଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ଏବଂ ତାହା ଲଗାଣ ବର୍ଷା ପରିସ୍ଥିତି ସୃଷ୍ଟି କରିବ । ଏହା ବାଦ୍‍ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼଼ର ପ୍ରଭାବ ଓଡ଼଼ିଶାରେ ପଡ଼ିବ ବୋଲି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଛି ।
ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଉତ୍ତର ଆଣ୍ଡାମାନ ସାଗରରେ ରବିବାର ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ କାଳରେ ଏହା ଏକ ଘୂର୍ଣ୍ଣିଝଡ଼ରେ ଘନୀଭୂତ ହୋଇପାରେ । କିନ୍ତୁ ଏହାର ତୀବ୍ରତା ଏବଂ ଭାରତର ପୂର୍ବ ଉପକୂଳର କେଉଁ ସ୍ଥାନ ଦେଇ ଏହା ଗତି କରିବ ତାହା ଜଣାପଡ଼ି ନାହିଁ ।
ଏହାର ଗତି ଓ ତୀବ୍ରତା ବିଷୟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ଘୂର୍ଣ୍ଣିଝଡ “ମହା” ଗୁଜରାଟ ଉପକୂଳ ଦେଇ ଗତି କରି ଦୁର୍ବଳ ହେବା ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି ସେ କହିଛନ୍ତି । “ମହା” ନଭେମ୍ବର ୬ ତାରିଖ ସନ୍ଧ୍ୟା ବା ରାତ୍ରିରେ ଗୁଜରାଟ ଉପକୂଳ ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି ।
ଆରବ ସାଗରରେ ସୃଷ୍ଟ “ମହା” ବର୍ତମାନ ଏକ ପ୍ରଚଣ୍ଡ ଘୂର୍ଣ୍ଣିଝଡରେ ପରିଣତ ହୋଇ ପଶ୍ଚିମ-ଉତରପଶ୍ଚିମ ଦିଗରେ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଗତି କରିବାର ସମ୍ଭାବନା ରହିଛି ଏବଂ ତା’ପରେ ଉତରପୂର୍ବ ଦିଗକୁ ବୁଲି ପୁଣି ଗୁଜରାଟ ଉପକୂଳ ଆଡକୁ ଆସି ନଭେମ୍ବର ୬ ତାରିଖରେ ଉପକୂଳ ଅତିକ୍ରମ କରିପାରେ ବୋଲି ଡଃ ସାହୁ କହିଛନ୍ତି ।
ପରବର୍ତୀ ସମୟରେ ଏହା ଦୁର୍ବଳ ହୋଇ ଉତରପୂର୍ବ ଦିଗରେ ମଧ୍ୟ ଭାରତ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଅଂଚଳରେ ନଭେମ୍ବର ୭ ତାରିଖରୁ ବର୍ଷାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *