ବଡ଼ ପରଦାରେ ଲାଲୁ ପ୍ରସାଦ ଯାଦବ

ଏବେ ବାୟୋପିକ୍ ଜମାନାରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଚାଲିଛି । ଏହି ସଫଳ ଧାରାରେ ଏବେ ଆଉ ଏକ ବାୟୋପିକର ପୂର୍ବ ପ୍ରସ୍ତୁତି ଆରମ୍ଭ କରାଯିବ । ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜୀବନ କାହାଣୀକୁ ଏହି ବାୟୋପିକରେ ଦେଖିବାକୁ ମିଳିବ । ଲାଲୁ ପ୍ରସାଦ ଯାଦବଙ୍କ ଦଳୀୟ ଚିହ୍ନ ‘ଲଣ୍ଠନ’ ଅନୁଯାୟୀ ଫିଲ୍ମର ନାମ ରଖାଯାଇଛି ‘ଲାଲଟେନ୍’ । ଏହାର ମୁଖ୍ୟ ଭୂମିକା ପାଇଁ ଭୋଜପୁରୀ କଳାକାର ୟଶ୍ କୁମାରଙ୍କୁ ସାଇନ୍ କରାଯାଇଛି । ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ି ଦେବୀଙ୍କ ଭୂମିକାରେ ପରଦା ଉପରକୁ ଆସିବେ ସ୍ମୃତି ସିହ୍ନା ।

ଫିଲ୍ମର କାହାଣୀ ଅନୁଯାୟୀ ଏହାର ସୁଟିଂ ବିହାର ଓ ଗୁଜରାଟରେ ହେବ ବୋଲି ସୂଚନା ମିଳିଛି । ଏହା ଆଗାମୀ ଫେବୃୟାରୀ ମାସରେ ସିନେମାଘରକୁ ଆସିପାରେ । ଏହା ପୂର୍ବରୁ ଅନେକ ରାଜନେତାଙ୍କ ବାୟୋପିକ୍ ରିଲିଜ୍ ହୋଇସାରିଛି ଏବଂ ସେ ସମସ୍ତ ବାୟୋପିକ୍ ସିନେପ୍ରେମୀଙ୍କୁ ବେଶ୍ ପସନ୍ଦ ହୋଇଛି । ତେବେ ଲାଲୁ ପ୍ରସାଦ ଯାଦବଙ୍କ ବାୟୋପିକ୍ ମଧ୍ୟ ଦର୍ଶକଙ୍କୁ ମନ କିଣିନେବା ସହ ବକ୍ସଅଫିସ୍ ହିଟ୍ ହେବ ବୋଲି ଫିଲ୍ମଟିମ୍ ଆଶା ବାନ୍ଧିଛନ୍ତି ।

Leave a Reply

Your email address will not be published. Required fields are marked *