ରୋଷେଇ – ଭେଜ୍ ମସଲା ଓଟ୍ସ୍

ଆବଶ୍ୟକୀୟ ଜିନିଷ – ଅଧା କପ୍ ସାଧା ଓଟ୍ସ, ଅଧା କପ୍ ମସଲା ଓଟ୍ସ, ୩-୪ ଚାମଚ ଲହୁଣୀ, ଗୋଟିଏ ବଡ଼ ପିଆଜ, ଗୋଟିଏ କଟା ଟମାଟ, ଅଧା କପ୍ ଗାଜର କୋରା, ଅଧା କପ୍ ମଟର, ଅଧା କପ୍ ମକା ଦାନା, ଗୋଟିଏ ବଡ଼ ସିମଲା ଲଙ୍କା, ଅଧା କପ୍ ପତ୍ରକୋବି, ୧ ଚାମଚ ଜିରା, ୧ ଚାମଚ ଜୁଆଣି, ଗୋଟିଏ କଟା କଂଚା ଲଙ୍କା, ଅଧା କପ୍ କଟା ଧନିଆ ପତ୍ର, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଚାଟ୍ ମସଲା ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟର, ମକା ଦାନା ଓ ପତ୍ରକୋବିକୁ ସିଝାଇ ରଖନ୍ତୁ । ଏହାପରେ କରେଇରେ ଲହୁଣୀକୁ ଗରମ କରି ସେଥିରେ ଜିରା, ଜୁଆଣି ଓ କଂଚା ଲଙ୍କାକୁ ଭାଜନ୍ତୁ । ପିଆଜକୁ କାଟି ସେଥିରେ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ସେଥିରେ ଟମାଟ ଓ ଗାଜର କୋରାକୁ ପକାଇ କିଛି ସମୟ ଚଲାନ୍ତୁ । ଟମାଟ ଭଲ ଭାବେ ସିଝିବା ପରେ ସେଥିରେ ପୂର୍ବରୁ ସିଝିଥିବା ମଟର, ମକାଦାନା ଓ ପତ୍ରକୋବିକୁ ପକାଇ କିଛି ସମୟ ଭାଜି ନିଅନ୍ତୁ । ସେଥିରେ ମସଲା ଓଟ୍ସ ଓ ସାଧା ଓଟ୍ସ ପକାଇ କିଛ ସମୟ ଭାଜିବା ପରେ ହଳଦୀ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଆବଶ୍ୟକ ଅନୁଯାୟୀ ପାଣି ଦେଇ କିଛି ସମୟ କୁକ୍ କରନ୍ତୁ । ଏଥିରେ ଅଧିକ ପାଣି ଦିଅନ୍ତୁ ନାହିଁ । ଏହା ଯେପରି ଗାଢ଼ା ହେବ, ସେ ପ୍ରତି ଧ୍ୟାନ ରଖନ୍ତୁ । ଏହାପରେ ସେଥିରେ କଟା ଧନିଆ ପତ୍ର ଓ ଚାଟ୍ ମସଲା ପକାଇ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *