ପ୍ରତିଦିନ ଦିଅନ୍ତୁ ୫ମିନିଟ୍, ଚମକି ଉଠିବ ଚେହେରା
ଚେହେରାକୁ ସତେଜ ଓ ଚମକଦାର୍ କରିବା ପାଇଁ ସମସ୍ତେ କେତେ କ’ଣ ବୟୁଟି ଟିପ୍ସ ଆପଣାଇଥାନ୍ତି, ତା’ର ହିସାବ ନାହିଁ । ଆଉ କେତେଜଣ ଝିଅ ନିଜକୁ ସୁନ୍ଦର କରିବା ପାଇଁ ବିୟୁଟି ପାର୍ଲରରେ ଅଧିକରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି । କିନ୍ତୁ ଏଭଳି ଏକ ସରଳ ଓ ସହଜ ଉପାୟ ରହିଛି, ଯାହାଦ୍ୱାରା ଆପଣ ଚେହେରାରେ ଥିବା ବ୍ରଣ, କଳାଦାଗ, ବୟସ ଦାଗ, ଚର୍ମ କୁଞ୍ଜନ, ବ୍ଲାକ ହେଡସ୍ ଓ ହ୍ୱାଇଟ୍ ହେଡସ୍ ଭଳି ସବୁ ସମସ୍ୟାକୁ ଦୁର କରିପାରିବେ । ଏଥିପାଇଁ ଆପଣଙ୍କୁ ଅଧିକ ସମୟ ମଧ୍ୟ ଦେବାକୁ ପଡ଼ିବ ନାହିଁ ।
ତେବେ ଆସନ୍ତୁ ଜାଣିନେବା ଏହି ସହଜ ବିୟୁଟି ଟିପ୍ସ ସମ୍ପର୍କରେ – ଏଥିପାଇଁ ଆପଣଙ୍କୁ ଦରକାର ହେବ ଗୋଟିଏ ଚାମଚ ଚାଉଳ ଚୁନା ଓ ଗୋଟିଏ ଚାମଚ ମସୁର ଡାଲି ପାଉଡର, ଗୋଟିଏ ଚାମଚ ଆଲୋବେରା ଜେଲ୍ ଓ ଗୋଟିଏ ଚାମଚ କଂଚା ଖିର । ଏହି ସବୁକୁ ଗୋଟିଏ ବାଉଲରେ ପକାଇ ଭଲ ଭାବେ ଫେଣ୍ଟିଦିଅନ୍ତୁ । ଏହା ଏକ ନ୍ୟାଚୁରାଲ୍ ସ୍କ୍ରବ୍ ଭଳି କାମ କରିବ । ଏହାକୁ ଚେହେରାରେ ଲଗାଇ ୫-୧୦ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ ହାଲକା ମାଲିସ୍ କରନ୍ତୁ । ନାକର ଚାରିପଟେ ଏହାକୁ ଭଲ ଭାବେ ଲଗାନ୍ତୁ । ଫଳରେ ବ୍ଲାକହେଡସ୍ ସମସ୍ୟା ରହିବ ନାହିଁ । ପ୍ରତିଦିନ ମାତ୍ର ୫ ମିନିଟ୍ ଏହାକୁ କରନ୍ତୁ ଏବଂ କିଛିଦିନ ପରେ ଆପଣ ନିଜେ ହିଁ ଫରକ ଜାଣିପାରିବେ ।