ଦ୍ରୌପଦୀ ଅବତାରରେ ଦୀପିକା, ୨ରୁ ଊଦ୍ଧ୍ୱର୍ ଭାଗରେ ଆସିବ ଫିଲ୍ମ
ମହାନ୍ ପୌରାଣିକ ଗାଥା ‘ମହାଭାରତ’କୁ ନେଇ ଫିଲ୍ମ ନିର୍ମାଣ କରିବାର ପ୍ରଚେଷ୍ଟା ଶେଷ ହୋଇନାହିଁ । ଆଗାମୀ ଦିନରେ ମଧୁ ମଣ୍ଟେନା ମହାଭାରତକୁ ନେଇ ଏକ ମେଗା ମୁଭି ପ୍ରସ୍ତୁତ କରିବାର ଯୋଜନା ରଖିଛନ୍ତି । ଏଥିରେ ଦୀପିକାଙ୍କୁ ଦ୍ରୌପଦୀ ଭୂମିକା ପାଇଁ ସାଇନ୍ କରାଯିବ ବୋଲି ଚର୍ଚ୍ଚା ହେଉଛି । ଏହି ମେଗା ପ୍ରୋଜେକ୍ଟ ୨ରୁ ଊଦ୍ଧ୍ୱର୍ ଭାଗରେ ସିନେମାଘରକୁ ଆସିବ । ଏହି ଫିଲ୍ମର ବିଶେଷତ୍ୱ ହେଉଛି ଦ୍ରୌପଦୀଙ୍କ ଦୃଷ୍ଟିରେ ମହାଭାରତ ଗାଥାକୁ ବର୍ଣ୍ଣନା କରାଯିବ । ଅନ୍ୟ ଅର୍ଥରେ କହିବାକୁ ଗଲେ ଦ୍ରୌପଦୀ ଭୂମିକାରେ ଦୀପିକା ମୁଖ୍ୟ ନାୟିକା ସହିତ କାହାଣୀର ସୂତ୍ରଧାର ଭାବେ ପରଦା ଉପରକୁ ଆସିବେ । ଦୀପିକା ଏହି ଫିଲ୍ମର କୋ-ପ୍ରଡ୍ୟୁସର୍ ମଧ୍ୟ ଅଛନ୍ତି ବୋଲି ଖବର ମିଳିଛି ।
ଏ ସମ୍ପର୍କରେ ଦୀପିକା କହିଛନ୍ତି ଯେ- ‘ଦ୍ରୌପଦୀ ଭୂମିକାରେ ପରଦା ଉପରକୁ ଆସିବା ପାଇଁ ମୁଁ ଉତ୍ସାହିତ । ଏଭଳି ଏକ ଭୂମିକାରେ ଅଭିନୟ କରିବା ମୋ ପାଇଁ ସମ୍ମାନଜନକ । ମହାଭାରତ ଭଳି ଏକ ମହାକାବ୍ୟରୁ ଅଗଣିତ ସାଂସ୍କୃତିକ ଓ ପୌରାଣିକ ଶିକ୍ଷଣ ବିଷୟ ରହିଛି, ଯାହାକି ଏକ ଉତ୍ତମ ଓ ସଫଳ ଜୀବନ ପାଇଁ ଉଦ୍ଦିଷ୍ଟ । କିନ୍ତୁ ମହାଭାରତରେ ସୁବବେଳେ ପୁରୁଷ କୈନ୍ଦ୍ରୀକ ଗାଥା ଭାବେ ରହିଆସିଛି । ପ୍ରଥମଥର ପାଇଁ ମହାଭାରତକୁ ଜଣେ ନାରୀର ଦୃଷ୍ଟିକୋଣରୁ ଉପସ୍ଥାପନ କରାଯିବ । ଏଭଳି ଏକ ନିଆରା କାହାଣୀ ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ହେବ ବୋଲି ମୋର ଆଶା’ । ଫିଲ୍ମର ପ୍ରଥମ ଭାଗ ୨୦୨୧ ଦୀପାବଳିରେ ରିଲିଜ୍ କରାଯିବାର ଯୋଜନା ରହିଛି ।