ରୋଷେଇ – ପନିର୍ ଭୁରଜି

ଆବଶ୍ୟକୀୟ ଜିନିଷ – ୨୫୦ ଗ୍ରାମ୍ ପନିର୍, ୧ ଚାମଚ ଜିରା, ୩ ଚାମଚ ତେଲ, ଗୋଟିଏ ବଡ଼ ପିଆଜ, ଅଦା-ରସୁଣ ପେଷ୍ଟ୍ ୩ ବଡ଼ ଚାମଚ, ଗୋଟିଏ ବଡ଼ କଟା ସିମଲା ଲଙ୍କା, ଗୋଟିଏ କପ୍ କଟା ଟମାଟ, ଗୋଟିଏ ଛୋଟ ଚାମଚ ଲଙ୍କା ପାଉଡର୍, ଗୋଟିଏ ଛୋଟ ଚାମଚ ହଳଦୀ, ଗୋଟିଏ ବଡ଼ ଚାମଚ ଗରମ ମସଲା ପାଉଡର୍, ଗୋଟିଏ ଛୋଟ ଚାମଚ ଧନିଆ ପାଉଡର୍, ଅଧା କପ୍ କଟା ଧନିଆ ପତ୍ର, ଗୋଟିଏ ଚାମଚ ଲେମ୍ବୁ ରସ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ମିଡିୟମ୍ ଆଂଚରେ କରେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ଜିରା ପକାଇ ଅଳ୍ପ ଭାଜନ୍ତୁ । ସେଥିରେ ପିଆଜ କାଟି ପକାନ୍ତୁ ଏବଂ ହାଲକା ଲାଲ୍ ହେବା ପରେ ଟମାଟ, ସିମଲା ଲଙ୍କା, ଅଦା ରସୁଣ ପେଷ୍ଟ୍, ହଳଦୀ, ଲଙ୍କା ପାଉଡର୍,ଲୁଣ ଓ ଗରମ ମସଲା ପକାଇ ଭଲ ଭାବେ ଭାଜନ୍ତୁ । ଏହାପରେ ପନିରକୁ ହାତରେ ଗୁଣ୍ଡ କରି କିମ୍ବା କୋରଣାରେ କୋରି ସେଥିରେ ପକାନ୍ତୁ । ଏହାପରେ ଧନିଆ ପାଉଡର୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । କିଛି ସମୟ ଏହାକୁ କୁକ୍ କରନ୍ତୁ । ସର୍ଭ କରିବା ସମୟରେ ଏହା ଉପରେ ଲେମ୍ବୁ ରସ ଓ ଧନିଆ ପତ୍ର ପକାନ୍ତୁ । ଏହାକୁ ଆପଣ ପରଟା କିମ୍ବା ନାନ୍ ସହିତ ଖାଇପାରିବେ ।

Leave a Reply

Your email address will not be published. Required fields are marked *