ଅଧିକ ମିଠା ପସନ୍ଦ କରୁଛନ୍ତି କି? ଫିକା ପଡ଼ିଯିବ ଆପଣଙ୍କ ସୌନ୍ଦର୍ଯ୍ୟ

ଅନେକ ବ୍ୟକ୍ତିଙ୍କୁ ଅଧିକ ମିଠା ପସନ୍ଦ ଥାଏ । କିନ୍ତୁ ଅଧିକ ମିଠା ଖାଇବା ଦ୍ୱାରା ତ୍ୱଚାର ଚମକ ଚାଲିଯାଇଥାଏ । ତ୍ୱଚା ରୁକ୍ଷ ହେବା ସହ ବିଭିନ୍ନ ପ୍ରକାର ସ୍କିନ୍ ଡିଜିଜ୍ ଦେଖାଯାଏ । ବ୍ଲାକହେଡ୍, ବ୍ରଣ, ବୟସରେଖା ଓ ଲାଲ୍ ଦାଗ ଦେବା ଭଳି ସମସ୍ୟାର ଆଉ ଗୋଟିଏ କାରଣ ହେଉଛି ଅଧିକ ମାତ୍ରାରେ ଚିନି କିମ୍ବା ମିଠାଯୁକ୍ତ ଜିନିଷ ଖାଇବା । ଏହା ଆମେ ନୁହେଁ, ବିୟୁଟିସିଆନମାନେ କହୁଛନ୍ତି । ବିୟୁଟିସିଆନମାନେ ସବୁବେଳେ ମେକଅପ୍ ସହିତ ହେଲଦି ଡାଏଟ୍ ଉପରେ ଜୋର୍ ଦେଇଥାନ୍ତି ।

କେବଳ ମିଠାଯୁକ୍ତ ଜିନିଷ ନୁହେଁ ଏଭଳି ଆହୁରି କେତୋଟି ଜିନିଷ ରହିଛି, ଯାହାକୁ କେବେ ମଧ୍ୟ ଅଧିକ ପରିମାଣରେ ଖାଇବା ଉଚିତ୍ ନୁହେଁ । ସେସବୁ ଜିନିଷ ଆପଣଙ୍କର ସୌନ୍ଦର୍ଯ୍ୟକୁ ନଷ୍ଠ କରିଦିଏ । ତେବେ ଆସନ୍ତୁ ଜାଣିବା-
୧- ଅଧିକ ମିଠା ଭଳି ଅଧିକ ଲୁଣ ଖାଇବା ତ୍ୱଚା ପାଇଁ କ୍ଷତିକାରକ । ଆଖି ତଳେ କଳାଦାଗ ପଡ଼ିବା ଓ ତ୍ୱଚା କୁଣ୍ଡେଇ ହେବା ଭଳି ସମସ୍ୟା ଅଧିକ ଲୁଣ ଖାଇବା ଦ୍ୱାରା ହୋଇଥାଏ ।
୨- ଅଧିକ ଡାଏରି ପ୍ରଡକ୍ଟ ଖାଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ । କାରଣ ମାର୍କେଟରୁ ଆଣିଥିବା ଡାଏରି ପ୍ରଡକ୍ଟରେ ଅଧିକ କେମିକାଲ୍ ରହିଥାଏ, ଯାହା ତ୍ୱଚା ସଂକ୍ରମଣ ଆଶଙ୍କାକୁ ବଢ଼ାଇଥାଏ ।
୩- ଡାର୍କ ଚକୋଲେଟ୍ କିମ୍ବା ଚକୋଲେଟ୍ ବିସ୍କୁଟ୍ ଓ କେକ୍ ଅଧିକ ଖାଆନ୍ତୁ ନାହିଁ । କାରଣ ସେଥିରେ ଥିବା କୋକୋଆ ଦ୍ୱାରା ତ୍ୱଚା କଳା ପଡ଼ିଥାଏ । ଏହା ସହିତ ବ୍ରଣ, ବ୍ଲାକହେଡସ ଓ ଚେହେରାରେ ବୟସରେଖା ଆସିଥାଏ ।

Leave a Reply

Your email address will not be published. Required fields are marked *