ହେଲଥ୍ ଟିପ୍ସ: ପେଟ କମାଇବା ପାଇଁ କରନ୍ତୁ ଏହି କାମ

ଅନେକ ଜଣଙ୍କ ଶରୀର ଫିଟ୍ ରହିଥିଲେ ମଧ୍ୟ ପେଟର ଚର୍ବି ଅଧିକ ଥାଏ । ଏଭଳି ଗଠନ ଶରୀରର ସୁନ୍ଦରତାକୁ ଫିକା କରିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ରହିଛି । ଆଉ କେତେଜଣ କେବଳ ପେଟ କମାଇବା ପାଇଁ ଜିମରେ ହାର୍ଡ଼ ୱାର୍କ କରିଥାନ୍ତି । କିନ୍ତୁ ଏସବୁ କରିବା ବଦଳରେ କେବଳ ଗୋଟିଏ ମାତ୍ର ସହଜ କାମ ଦ୍ୱାରା ପେଟର ଚର୍ବି କମାଇପାରିବେ । ତେବେ ଆସନ୍ତୁ ଜାଣିବା ।

ଅଧା ଗ୍ଲାସରୁ ଅଧିକ ପାଣି ନେଇ ଫୁଟାନ୍ତୁ । ସେଥିରେ ଗୋଟିଏ ଚାମଚ କଟା ଅଦା ଓ ୧ ଚାମଚ ଜିରା ପକାଇ ଫୁଟାନ୍ତୁ । ଏହା ଫୁଟିବା ପରେ ଅଧା ଗ୍ଲାସ୍ ପାଣି ହୋଇଯିବା ପରେ ତାହାକୁ ଛାଣି ଗୋଟିଏ ଗ୍ଲାସରେ ରଖନ୍ତୁ । ସକାଳୁ ଏହି ଫୁଟା ପାଣିକୁ ଖାଲି ପେଟରେ ପିଅନ୍ତୁ । ଆପଣ ଚାହିଁଲେ ପିଇବା ସମୟରେ ଏଥିରେ ଲେମ୍ବୁ ପକାଇପାରିବେ । ଜିରା ଓ ଅଦାରେ ଏଭଳି ଏକ ତତ୍ୱ ରହିଛି, ଯାହାକି ଚର୍ବି ଜମିବାକୁ ଦେଇନଥାଏ । ଏହି ପାଣି ପିଇବାର ଅଧଘଣ୍ଟା ପରେ ଆପଣ ହାଲକା ବ୍ରେକଫାଷ୍ଟ୍ କରନ୍ତୁ । କିଛିଦିନ ନିୟମିତ ଏଭଳି କରିବା ପରେ ଆପଣ ଫରକ ଜାଣିପାରିବେ ।

Leave a Reply

Your email address will not be published. Required fields are marked *