ରୋଷେଇ – ସୋନ୍ ପାପଡ଼ି

ଆବଶ୍ୟକୀୟ ଜିନିଷ – ଗୋଟିଏ ଓ ଆଉ ୧/୪ କପ୍ ବେସନ, ୨୫୦ ଗ୍ରାମ୍ ଘିଅ, ଦେଢ଼ କପ୍ ପାଣି, ୧/୨ ଚାମଚ ଅଳେଇଚ ଗୁଣ୍ଡ, ୧ ଓ୧/୪ କପ୍ ମଇଦା, ଅଢ଼େଇ କପ୍ ଚିନି ଓ ୨ଟି ବଡ଼ ଚାମଚ ଖିର ।


ପ୍ରସ୍ତୁତି ପ୍ରଣାଳୀ – ବେସନ ଓ ମଇଦାକୁ ମିଶାଇ ଦିଅନ୍ତୁ । ପ୍ୟାନରେ ଘିଅ ଗରମ କରନ୍ତୁ । ବେସନ ଓ ମଇଦାକୁ ସେଥିରେ ପକାଇ ଲୋ ଆଂଚରେ ହାଲକା ଗୋଲଡେନ୍ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଥଣ୍ଡା ହେବା ପାଇଁ ଗୋଟିଏ ବାଉଲରେ ବାହାର କରି ଆଣନ୍ତୁ । କିନ୍ତୁ ତାହାକୁ ଗୋଟିଏ ସ୍ପୁନ୍ ସାହାଯ୍ୟରେ ଚଲାନ୍ତୁ । ଚିନି, ପାଣି ଓ ଖିରରେ ସିରା ବନାନ୍ତୁ । ଏହାକୁ ମଇଦା ମିଶ୍ରଣରେ ପକାଇ ଭଲ ଭାବେ ଗୋଳାନ୍ତୁ ଏବଂ ଦେଖନ୍ତୁ ସେଗୁଡ଼ିକ ତାର ଭଳି ଲାଗିବ । ଗୋଟିଏ ବଡ଼ ଥାଳିରେ ଘିଅ ଲଗାଇ ଏହି ମିଶ୍ରଣକୁ ଢ଼ାଳି ଦିଅନ୍ତୁ । ସେଥିରେ ଅଳେଇଚ ଗୁଣ୍ଡ ପକାଇ ଚାରିଆଡ଼େ ଭଲ ଭାବେ ସମାନ ଭାବରେ ଖେଳାଇ ଦିଅନ୍ତୁ । ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଫ୍ରିଜରେ ରଖନ୍ତୁ । ଏହାପରେ ଆପଣଙ୍କ ମନ ପସନ୍ଦ ଆକାରରେ ଏହାକୁ କାଟନ୍ତୁ । ଯଦି ଆପଣ ଚାହିଁବେ, ତେବେ ଏହା ଉପରେ କିଛି ଡ୍ରାଏଫୁଡସ୍ ପକାଇ ସର୍ଭ କରନ୍ତୁ ।

Leave a Reply

Your email address will not be published. Required fields are marked *