ୟୁଟୁବ୍ ଦୁନିଆରେ ଏଣ୍ଟ୍ରୀ କଲେ ମାଧୁରୀ
ଆଜିକାଲି ନାୟିକାମାନେ ନିଜ ନିଜର ୟୁଟୁବ୍ ଚ୍ୟାନେଲ୍ ଲଂଚ୍ କରିବାର ଏକ ନୂଆ ଧାରାକୁ ଆପଣାଇଛନ୍ତି । ଏହି ଧାରାରେ ବି ଟାଉନର ଧକଧକ୍ ଗାର୍ଲ ଭାବେ ବେଶ୍ ନାଁ କମାଇଥିବା ଅନନ୍ୟା ସୁନ୍ଦରୀ ମାଧୁରୀ ଦିକ୍ଷିତ ମଧ୍ୟ ଏବେ ନିଜର ଏକ ୟୁଟୁବ୍ ଚ୍ୟାନେଲ୍ ଲଂଚ୍ କରିଛନ୍ତି । ପ୍ରଥମ ଭିଡିଓ ଭାବେ ସେ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲର ପରଫରମାନ୍ସ ଭିଡିଓ ଅପଲୋଡ୍ କରିଥିଲେ । ଏ ସମ୍ପର୍କରେ ମାଧୁରୀ କହିଥିଲେ ଯେ – ‘ପ୍ରଶଂସକଙ୍କ ସହିତ ଜଡ଼ିତ ହୋଇ ରହିବା ମୋତେ ଭଲ ଲାଗେ । ନିଜର ଏକ ୟୁଟୁବ୍ ଚ୍ୟାନେଲ୍ ଓପନ୍ କରିବା ପାଇଁ ମୁଁ ଅନେକ ଦିନରୁ ଯୋଜନା ରଖିଥିଲି । ମୁଁ ପ୍ରଥମ ଭିଡିଓ ଅପଲୋଡ୍ କରିବା ପାଇଁ ଉତ୍ସାହିତ ଥିଲି’ ।
ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରଶଂସକ ମାଧୁରୀଙ୍କ ବ୍ୟକ୍ତିଗତ ଓ ଫିଲ୍ମ ଜୀବନର କିଛି ଅନୁଭୂତି, ସୁଟିଂ ସମୟର ମସ୍ତି ଏବଂ ତାଙ୍କର ଆଗାମୀ ପ୍ରୋଜେକ୍ଟ ସମ୍ପର୍କିତ ତଥ୍ୟ ପାଇପାରିବେ । ଏହି ଖବର ସୋସିଆଲ୍ ମିଡିଆକୁ ଆସିବା ପରେ ମାଧୁରୀଙ୍କ ପ୍ରଶଂସକ ନୂଆ ଚ୍ୟାନେଲ୍ ପାଇଁ ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି । ମାଧୁରୀଙ୍କ ପ୍ରଥମ ଭିଡିଓକୁ ଅଗଣିତ ଲାଇକ୍ ମିଳିଛି ।