ରୋଷେଇ – ମୋରକ୍କନ୍ ମସରୁମ୍ ସୁଜି ସାଲାଡ୍
ଆବଶ୍ୟକୀୟ ଜିନିଷ – ୪୦୦ଗ୍ରାମ୍ ଚଣା, ୧ ଟିସ୍ପୁନ୍ ଜିରା ପାଉଡର୍, ୧ ଟିସ୍ପୁନ୍ ତେଲ, ୧/୨ ସ୍ପୁନ୍ ହ୍ୱାଇଟ୍ ପିପର୍ ପାଉଡର୍, ୧୭୦ ଗ୍ରାମ୍ ସୁଜି, ୩୦୦ଗ୍ରାମ୍ ମସରୁମ୍, ଗୋଟିଏ ପିଆଜ, ୧ ଟିସ୍ପୁନ୍ ମହୁ, ୧ ଟିସ୍ପୁନ୍ ଲୁଣ, ୧/୨ ଚାମଚ ଡାଲଚିନି, ୫୦ ଗ୍ରାମ୍ କିସମିସ୍, ଅଧାକପ୍ କଟା ଧନିଆପତ୍ର, ଗୋଟିଏ ବଡ଼ ଟମାଟ ଓ ଆବଶ୍ୟକ ଅନୁଯାୟୀ ପାଣି ।
ପ୍ରସ୍ତୁତି ପ୍ରଣାଳୀ – ଚଣାକୁ ରାତିସାରା କିମ୍ବା ୫-୬ ଘଣ୍ଟା ଭିଜାଇ ରଖନ୍ତୁ । ମିଡିୟମ୍ ଆଂଚରେ ପ୍ୟାନ୍ ବସାଇ ତେଲ ଦିଅନ୍ତୁ । ଏହା ଗରମ ହେବା ପରେ ସେଥିରେ ପିଆଜ ଓ ଛତୁକୁ କାଟି ପକାନ୍ତୁ । ଅଳ୍ପ ସମୟ ଭାଜିବା ପରେ ସେଥିରେ ଡାଲଚିନି ଓ ଜିରା ଗୁଣ୍ଡ ପକାଇ ୩-୪ ମିନିଟ୍ କୁକ୍ କରନ୍ତୁ । ଏହା ସିଝିବା ପରେ ସେଥିରେ ଟମାଟକୁ କାଟି ପକାନ୍ତୁ । ଚଣା ଓ ମହୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଢ଼ାଙ୍କୁଣୀ ଦେଇ ଭଲ ଭାବେ ଚଣାକୁ ସିଝିବାକୁ ଦିଅନ୍ତୁ । ପ୍ୟାନକୁ ଗ୍ୟାସରୁ ଓହ୍ଲାଇ ଆଣନ୍ତୁ । ଏହାପରେ ଗୋଟିଏ ବାଉଲରେ କିସମିସ୍, ପିପର୍ ପାଉଡର୍ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ରଖିଦିଅନ୍ତୁ । ଆଉ ଏକ ବାଉଲରେ ସୁଜି ନେଇ ସେଥିରେ ଗରମ ପାଣି ପକାଇ ଗୋଟିଏ ଘୋଡ଼ଣୀ ଦେଇ ରଖଦିଅନ୍ତୁ । ସୁଜି ଫୁଲିଯିବା ପରେ ତାହାକୁ ସେହି ମସରୁମ୍ ପ୍ୟାନରେ ଢ଼ାଳନ୍ତୁ । ଏହା ଉପରେ କଟା ଧନିଆପତ୍ର ଏବଂ କିସମିସ୍ ମିଶ୍ରଣକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ମୋରକ୍କନ୍ ମସରୁମ୍ ସୁଜି ସାଲାଡ୍ । ଏହାକୁ ସର୍ଭ କରିବା ସମୟରେ ଏହା ଉପରେ ଆଉ କିଛି କଟା ଧନିଆପତ୍ର ପକାନ୍ତୁ ।