‘ତାନାଜୀ: ଦ ଅନସଙ୍ଗ୍ ୱାରିୟର୍’ରେ ଅଜୟ ଓ ସୈଫଙ୍କ ଫାଷ୍ଟଲୁକ୍

ଆକ୍ସନ୍ ତାରକା ଅଜୟ ଦେବନ୍ ତାନାଜୀ ମାଲୁସରେଙ୍କ ଫାଷ୍ଟଲୁକ୍ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଥିଲେ । ଏହି ପୋଷ୍ଟରରେ ଅଜୟ ତୀରବର୍ଷା ଭିତରେ ହାତରେ ତଲୱାର୍ ଧରି ଆକ୍ସନ୍ ମୁଡ଼ରେ ନଜର ଆସୁଛନ୍ତି । ଏହି ପୋଷ୍ଟର୍ ସହିତ କ୍ୟାପସନ୍ ରହିଛି – ‘ଦିମାଗ୍ ଯୋ ଇତନା ତେଜ୍ ଥା, ଜୈସେ ତଲୱାର୍’ । ଅଜୟଙ୍କ ସହିତ ସୈଫ୍ଙ୍କ ଦମଦାର୍ ଲୁକ୍ ମଧ୍ୟ ସାମନାକୁ ଆସିଛି । ଏହାର କ୍ୟାପସନରେ ଲେଖାଅଛି – ‘ଯୋ ତଲୱାର୍ ସେ ଜ୍ୟାଦା ଗେହେରା ହେ’ ।

‘ତାନାଜୀ: ଦ ଅନସଙ୍ଗ୍ ୱାରିୟର୍’ର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ୍ । ଅଜୟ ଏହି ଫିଲ୍ମରେ ଅଭିନୟ କରିବା ସହିତ ଟିସିରିଜ୍ ସହିତ ପ୍ରଯୋଜନା ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ଫିଲ୍ମର କାହାଣୀ ୧୬୭୦ ମସିହାର ସିଂହଗଡ଼ ଯୁଦ୍ଧ ଉପରେ ଆଧାରିତ । ଏହା ଆଗାମୀ ଜାନୁଯାରୀ ୧୦ ତାରିଖରେ ସିନେମାଘରକୁ ଆସିବ । ଠିକ୍ ସେହିଦିନ ଦୀପିକାଙ୍କ ଫିଲ୍ମ ‘ଛପାକ୍’ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ତେବେ ଏହି ଦୁଇଟି ଫିଲ୍ମ ମଧ୍ୟରେ ହେବାକୁ ଥିବା ବକ୍ସଅଫିସ୍ ଯୁଦ୍ଧରେ କିଏ ବାଜି ମାରିନେବ, ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published.