ଧନତେରାସରେ ଏହି ମନ୍ତ୍ର ସହିତ କରନ୍ତୁ କୁବେରଙ୍କ ପୂଜା, ରହିବ ନାହିଁ ଧନର ଅଭାବ

କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରୁ ଆରମ୍ଭ ହୋଇଥାଏ ଧନତେରାସ୍ । ତେଣୁ ଏହାକୁ ଧନ ତ୍ରୟୋଦଶୀ ମଧ୍ୟ କୁହାଯାଏ । ଧନତେରାସ୍ ଠାରୁ ଦୀପାବଳି ପର୍ଯ୍ୟନ୍ତ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କିନ୍ତୁ ମା’ ଲକ୍ଷ୍ମୀଙ୍କ ସହିତ କୁବେର ଓ ଧନ୍ୱନ୍ତରୀଙ୍କ ପୂଜା କରିବା ଉଚିତ୍ । ଧନେତରାସ୍ରେ କୁବେରଙ୍କ ଏକ ଫଟୋ କିମ୍ବା ମୂର୍ତ୍ତି କିଣି ପୂଜାସ୍ଥଳରେ ରଖି ବିଧିପୂର୍ବକ ପୂଜା କରନ୍ତୁ । ଯଦି ଆପଣ ମୂର୍ତ୍ତି କିମ୍ବା ଫଟୋ କିଣୁନାହାନ୍ତି, ତେବେ ଆପଣଙ୍କ ଘରେ ଟଙ୍କା କିମ୍ବା ଗହଣା ଥିବା ଆଲମାରୀକୁ କୁବେରଙ୍କ ସ୍ୱରୂପ ଭାବେ ପୂଜା କରିପାରିବେ ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମା’ ଲକ୍ଷ୍ମୀ ଚଞ୍ଚଳା ଏବଂ କୁବେର ସ୍ଥାୟୀ ସ୍ୱଭାବର । ତେଣୁ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ମା’ ଲକ୍ଷ୍ମୀଙ୍କ ସହିତ କୁବରେଙ୍କ ପୂଜା କରିବା ଉଚିତ୍ । କୁବେରଙ୍କ ପୂଜାର୍ଚ୍ଚନା ଦ୍ୱାରା ଧନ ସ୍ଥାୟୀ ରହିଥାଏ । ବିଧିବଦ୍ଧ ଭାବେ କୁବେରଙ୍କ ପୂଜା କରିବା ସହିତ ଏହି ମନ୍ତ୍ରକୁ ପାଠ କରନ୍ତୁ – ‘ ଓଁ ଶ୍ରୀଂ, ଓଁ ହିଂ ଶ୍ରୀଂ, ଓମ୍ ହିଂ ଶ୍ରୀଂ କ୍ଲିଂ ବିତ୍ତେଶ୍ୱରାୟ ନମଃ’ । ଏହାପରେ ଧୁପ ଦେଇ ମିଠା ଭୋଗ ଲଗାନ୍ତୁ । ଏହି ମନ୍ତ୍ର ଦ୍ୱାରା କୁବେରଙ୍କ କୃପାରୁ ଆର୍ଥିକ ସଙ୍କଟ ରହିନଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆପଣ ମଧ୍ୟ ଆଗାମୀ ଧନେତରାସରେ ଏହି ଉପାୟକୁ କରି ଦେଖନ୍ତୁ ।

Leave a Reply

Your email address will not be published. Required fields are marked *