୨ ମିନିଟରେ ଗ୍ଲାମରସ୍ ଲୁକ୍ ଚାହୁଁଥିଲେ ବିୟୁଟି ବକ୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ

ଏହି ଫେଷ୍ଟିଭ୍ ସିଜିନରେ ସମୟ ବାହାର କରି ପରଫେକ୍ଟ ମେକଅପ୍ ନେବା ଟିକେ କଷ୍ଟ । ଆଉଟଫିଟ୍ ସହିତ ପରଫେକ୍ଟ ମେକଅପ୍ ନହେଲେ ଏହା ଉତ୍ସବର ଖୁସିକୁ ଫିକା କରିଦେବ । ତେଣୁ କମ୍ ସମୟରେ ଯଦି ଆପଣ ଗ୍ଲାମରସ୍ ଲୁକ୍ ଚାହୁଁଥାନ୍ତି, ତେବେ ଆପଣଙ୍କୁ କେବଳ ଗୋଟିଏ ଜିନିଷକୁ ମେକଅପ୍ ବକ୍ସରେ ରଖିବାକୁ ପଡ଼ିବ । ସେହି ଗୋଟିଏ ଜିନିଷ ଆପଣଙ୍କ ସୁନ୍ଦରତାକୁ ଦ୍ୱିଗୁଣ କରିବା ସହିତ ଆପଣଙ୍କୁ ଏକ ନିଆରା କୁଇନ୍ ଲୁକ୍ ଦେବ । ସେ ମ୍ୟାଜିକ୍ ବିୟୁଟି ପ୍ରଡକ୍ଟଟି ହେଉଛି ଲାଲ୍ ରଙ୍ଗର ଲିପଷ୍ଟିକ୍ । ଆପଣଙ୍କ ଚେହେରା ଯେତେ ବି ଡଲ୍ ଥାଉ ନା କାହିଁକିଏ ଲାଲ୍ ରଙ୍ଗର ଲିପଷ୍ଟିକ୍ ଚେହେରାରେ ଚମକ ଆଣିଥାଏ । ଏହା ଛଡ଼ା ଏହି ରଙ୍ଗର ଲିପଷ୍ଟିକ୍ ସବୁ ସ୍କିନ୍ଟୋନରକୁ ବେଶ୍ ମାନିଥାଏ । ତେବେ ଆସନ୍ତୁ ଜାଣିବା ଲାଲ୍ ରଙ୍ଗର ଲିପଷ୍ଟିକ୍ କିଭଳି ଭାବେ ଆପଣଙ୍କୁ ଏକ ନିଆରା ଲୁକ୍ ଦେବ । –

୧- ଇଣ୍ଡିଆନ୍ ହେଉ କିମ୍ବା ୱେଷ୍ଟର୍ଣ୍ଣ, ଲାଲ୍ ରଙ୍ଗର ଯେ କୌଣସି ଆଉଟଫିଟ୍ ସହିତ ଲାଲ୍ ରଙ୍ଗର ଲିପଷ୍ଟିପ୍ ଲଗାନ୍ତୁ । ଏହା ଆପଣଙ୍କୁ ବୋଲ୍ଡ ଆଣ୍ଡ୍ ବିୟୁଟିଫୁଲ୍ ଲୁକ୍ ଦେବ ।

୨- ମେକଅପ୍ ପାଇଁ ସମୟ ନଥିଲେ ଚେହେରାରେ କେବଳ ବିବି କ୍ରୀମ୍ ଓ ଆଖିରେ କାଜଲ ଲଗାଇ ଦିଅନ୍ତୁ । ଏହା ସହିତ ଓଠରେ ଥିବା ଲାଲ୍ ଲିପଷ୍ଟିକ୍ ଆପଣଙ୍କ ଚେହେରାରେ ଏକ ପରଫେକ୍ଟ ଗ୍ଲାମରସ୍ ଲୁକ୍ ଆଣିଦେବ ।

୩- ଯଦି ଆପଣଙ୍କ ଓଠ ବହୁତ ଡାର୍କ ଅଛି, ତେବେ ଲାଲ୍ ଲିପଷ୍ଟିକ୍ ଏହି କଳାପଣକୁ ଦୂର କରିବାରେ ସହାୟକ ହେବ । କିନ୍ତୁ ଅନ୍ୟ ରଙ୍ଗର ଲିପଷ୍ଟିକ୍ ଆପଣଙ୍କ ଓଠ ଓ ଚେହେରାର ସୁନ୍ଦରତାକୁ ନଷ୍ଠ କରିଥାନ୍ତି ।

୪- ବ୍ରିକ୍ ରେଡ୍ ଲିପଷ୍ଟିକ୍ ଆପଣଙ୍କୁ ୟଙ୍ଗର୍ ଲୁକ୍ ଦେଇଥାଏ । ଏହା ଚେହେରାରେ ଚମକ ଆଣିବା ସହିତ ହସିବା ସମୟରେ ଆପଣଙ୍କ ଦାନ୍ତ ଆହୁରି ହ୍ୱାଇଟ୍ ଦେଖାଯାଇଥାଏ ।

Leave a Reply

Your email address will not be published. Required fields are marked *