ମାଫିଆ କୁଇନ୍ ଆଲିଆ

ଆଜିପର୍ଯ୍ୟନ୍ତ ଦର୍ଶକ ଆଲିଆଙ୍କୁ କେବଳ ଚୁଲବୁଲି ଓ ହାଲକାଫୁଲକା ଭୂମିକାରେ ଦେଖିବାକୁ ପାଇଛନ୍ତି, ଯାହାକି ତାଙ୍କର ବ୍ୟକ୍ତିତ୍ୱ ସହିତ ସମ୍ପୂର୍ଣ୍ଣ ମେଳ ଖାଏ ଏବଂ ସେଥିପାଇଁ ଆଲିଆ ଏବେ ଆଗଧାଡ଼ିର ନାୟିକା ଭାବେ ବେଶ୍ ନାଁ କମାଇଛନ୍ତି । କିନ୍ତୁ ଆଗାମୀ ଦିନରେ ଦର୍ଶକ ଆଲିଆଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ପାଇବେ । ସେ ମାଫିଆ କୁଇନ୍ ଗଙ୍ଗୁବାଇ କାଠିଆୱାଡ଼ି ଭୂମିକାରେ ପରଦା ଉପରକୁ ଆସିବେ । ଏ ସମ୍ପର୍କରେ ଔପଚାରିକ ଘୋଷଣା ସରିଛି । ସଞ୍ଚୟଲୀଲା ବନସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’ର ଲିଡ୍ ରୋଲ୍ ପାଇଁ ଆଲିଆଙ୍କୁ ସାଇନ୍ କରାଯାଇଛି ।

ଏହି ଫିଲ୍ମ ଆସନ୍ତା ୨୦୨୦ ସେପ୍ଟେମ୍ବର ୧୧ ତାରିଖରେ ରିଲିଜ୍ କରାଯିବାର ଯୋଜନା ରହିଛି । ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ ସଞ୍ଜୟଲୀଲା ବନସାଲି ଓ ଜୟନ୍ତିଲାଲ୍ ଗଡ଼ାଙ୍କ ପେନ୍ ଇଣ୍ଡିଆ ପ୍ରଡକସନ୍ ପକ୍ଷରୁ ଫିଲ୍ମ ନିର୍ମାଣ ହେବ । କହିରଖୁଛୁ ଗଙ୍ଗୁବାଇ ମୁମ୍ବାଇର ମାଫିଆ କୁଇନ୍ ଭାବେ କୁଖ୍ୟାତି ଅର୍ଜନ କରିଥିଲେ । ଜର୍ନାଲିଷ୍ଟ୍ ଏସ୍ ହୁସେନଙ୍କ ପୁସ୍ତକ ‘ମାଫିଆ କୁଇନ୍ ଅଫ୍ ମୁମ୍ବାଇ ଗଙ୍ଗୁବାଇ କାଠିଆୱାଡ଼ି’ ଉପରେ ଫିଲ୍ମର କାହାଣୀ ଆଧାରିତ । ‘ଇନସାଆଲ୍ଲା’ର ସୁଟିଂ ବନ୍ଦ ହୋଇଯିବା ପରେ ସଞ୍ଜୟ ଓ ଆଲିଆ ପୁଣିଥରେ ଏହି ଫିଲ୍ମ ମାଧ୍ୟମରେ ଏକାଠୀ କାମ କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *