ରୋଷେଇ – ଚିଲି ଚିଜ୍ ଟୋଷ୍ଟ୍
ଆବଶ୍ୟକୀୟ ଜିନିଷ – ୯ଟି ପାଉଁରୁଟି, ୩ଟି ପିଆଜ, ୩ ଟେବୁଲ୍ ସ୍ପୁନ୍ କଟା କଂଚା ଲଙ୍କା, ୨ଟି ମିଡିୟମ୍ ଚିଜ୍ ସ୍ଲାଇସ୍, ୩ ଚୁଟକି ଲୁଣ, ୩ ଚୁଟକି ଗୋଲମରିଚ ଗୁଣ୍ଡ, ୩ ଚୁଟକି ଚାଟ୍ ମସଲା ପାଉଡର୍ ଓ ୪ଟି ସ୍ପୁନ୍ ଲହୁଣୀ ।
ପ୍ରସ୍ତୁତି ପ୍ରଣାଳୀ – ପିଆଜକୁ ଭଲ ଭାବେ କାଟି ରଖନ୍ତୁ । ଗୋଟିଏ ବଡ଼ ବାଉଲରେ ଚିଜ୍, ପିଆଜ, କଂଚା ଲଙ୍କା, ଗୋଲମରିଚ ପାଉଡର୍, ଚାଟ୍ ପାଉଡର୍, ଓ ଅଳ୍ପ ଲୁଣ ପକାଇ ଭଲ ଭାବେ ଗୋଳାଇ ମିକ୍ସର୍ ପ୍ରସ୍ତୁତ କରନ୍ତୁ । ଅଧା ବ୍ରେଡରେ ଲହୁଣୀ ଲଗାଇ ରଖନ୍ତୁ । ବାକି ବ୍ରେଡ୍ ଉପରେ ପ୍ରସ୍ତୁତ କରି ରଖିଥିବା ଚିଜ୍ ମିକ୍ସରକୁ ଲଗାଇ ରଖନ୍ତୁ । ସାଣ୍ଡୱିଚ୍ ମେକରକୁ କିଛି ସମୟ ପାଇଁ ଗରମ କରିନିଅନ୍ତୁ । ଏହା ଉପରେ ଚିଜ୍ ମସଲା ଥିବା ପାଉଁରୁଟି ରଖି ତା’ ଉପରେ ଲହୁଣୀ ଲାଗିଥିବା ବ୍ରେଡକୁ ରଖି ଟୋଷ୍ଟ୍ କରନ୍ତୁ । ଗରମ ଗରମ ଟୋଷ୍ଟକୁ ଟମାଟୋ କ୍ୟାଚଅପ୍ ସହିତ ଖାଆନ୍ତୁ ।











