‘ଛପାକ୍’ର ସୁଟିଂ ଶେଷ, ପ୍ରୋସ୍ଥୋଟିକ୍ ଚେହେରାକୁ ପୋଡ଼ି ଦେଲେ ଦୀପିକା

କୌଣସି ଫିଲ୍ମର ସୁଟିଂ ସରିବା ପରେ ସମସ୍ତ କ୍ରୁ ମେମ୍ବର କିଛି ନା କିଛି ସ୍ମୃତିକୁ ସାଇତି ରଖିଥାନ୍ତି । କିନ୍ତୁ ଏ କ୍ଷେତ୍ରରେ ଡିମ୍ପଲ୍ ଗାର୍ଲ ଦୀପିକା ବିପରୀତ ଧାରା ଆପଣାଇଛନ୍ତି । ଦୀପିକାଙ୍କ ଆଗାମୀ ଫିଲ୍ମ ‘ଛପାକ୍’ ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜିବନୀ ଉପରେ ଆଧାରିତ । ଏହି ଫିଲ୍ମରେ ଦୀପିକାଙ୍କୁ ଅବିକଳ ଲକ୍ଷ୍ମୀଙ୍କ ଚେହେରା ଦେବା ପାଇଁ ପ୍ରୋସ୍ଥୋଟିକ୍ ମେକଅପର ସାହାରା ନିଆଯାଇଥିଲା । ଏହି ମେକଅପରେ ଦୀପିକା ବିଲକୁଲ୍ ଲକ୍ଷ୍ମୀଙ୍କ ଭଳି ଦିଶୁଥିଲେ । ଅନେକ ସମୟରେ ପରିସ୍ଥିତି ଏମିତି ହୋଇଥିଲା ଯେ ସ୍ଥାନୀୟ ଗହଳିପୂର୍ଣ୍ଣ ସ୍ଥାନରେ ସୁଟିଂ ହେଉଥିଲେ ମଧ୍ୟ ସମୟରେ ଦୀପିକାଙ୍କୁ କେହି ଚିହ୍ନିପାରିନଥିଲେ । ଏଭଳି ଏକ ପ୍ରୋସ୍ଥୋଟିକ୍ ମାସ୍କକୁ ଦୀପିକା ‘ଛପାକ୍’ର ସ୍ମୃତି ଭାବେ ସାଇତି ରଖିବା କଥା । କିନ୍ତୁ ସୁଟିଂ ସରିବା ଦିନ ହିଁ ସୁଟିଂସେଟରେ ଦୀପିକା ସେହି ମାସ୍କରେ ଆଲକହଲ୍ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି ବୋଲି ଖବର ଆସିଛି । ଏଭଳି ଏକ ଖବର ତାଙ୍କର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

କହିରଖୁଛୁ ଏହି ଫିଲ୍ମ ଆସନ୍ତା ୨୦୨୦ ଜାନୁୟାରୀ ୧୦ ତାରିଖରେ ରିଲିଜ୍ ହେବ । ‘ଛପାକ୍’ରେ ଦୀପିକା ମାଳତୀ ଭୂମିକାରେ ଅଛନ୍ତି ଏବଂ ତାଙ୍କ ସହିତ ପରଦା ଉପରକୁ ଆସିବେ ଭିକ୍ରାନ୍ତ ମେସି । ମେଘନା ଗୁଲଜାର୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *