ହେଲଥ୍ ଟିପ୍ସ: ‘ଅଲଜାଇମର’ର ଲକ୍ଷଣ ଓ ଉପଚାର
ଅଲଜାଇମର୍ ଏଭଳି ଏକ ରୋଗ, ଯାହାଦ୍ୱାରା ଜଣେ ବ୍ୟକ୍ତି ସାଧାରଣ ଛୋଟ ଛୋଟ ବିଷୟକୁ ମଧ୍ୟ ଭୁଲି ଯାଇଥାଏ । ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଯେ ପ୍ରତିଦିନର ଦିନଚର୍ଯ୍ୟାକୁ ମଧ୍ୟ ସେମାନେ ମନେ ରଖିପାରନ୍ତି ନାହିଁ । ପୂର୍ବରୁ ଏହି ରୋଗ କେବଳ ବୟସ୍କଙ୍କ ଠାରେ ଦେଖାଯାଉଥିଲା । କିନ୍ତୁ ଏବେ ୪୦ ବର୍ଷରୁ କମ୍ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଏହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ସାମନାକୁ ଆସିଛି । ଏହି ରୋଗର ଲକ୍ଷଣ ହେଉଛି –
୧- ସାଧାରଣ ଜୀବନଚର୍ଯ୍ୟାରେ ହଠାତ୍ ପରିବର୍ତ୍ତନ ଚାହିଁବା ।
୨- କୌଣସି କାମ ପାଇଁ ଆଗ୍ରହ ନ ଆସିବା ବା ଅଳସୁଆ ଲାଗିବା ।
୩- କୌଣସି ନିଷ୍ପତ୍ତି ନେବା ସମୟରେ ଅନେକ ଦ୍ୱନ୍ଦ୍ୱ ଆସିବା ।
୪- ସାଧାରଣ କଥା କହିବା ସମୟରେ ଅନେକ ଶବ୍ଦ ମନେ ନପଡ଼ିବା କିମ୍ବା କୌଣସି କଥାକୁ ଶୀଘ୍ର ନ କହିପାରିପାରିବା ।
୫- ନିତିଦିନିଆ ରାସ୍ତା ଭୁଲିଯିବା କିମ୍ବା କୌଣସି ଛୋଟ କଥାକୁ ନେଇ ଅନେକ କିଛି ଭାବିବା ।
୬- କାହା ସହିତ ସାକ୍ଷାତ କରିବା ସମୟରେ କିଛି କଥା ଭୁଲିଯିବାର ଭୟ ଦେଖାଯିବା ।
ଅଲଜାଇମରର ଉପଚାର –
ଏହାର ଉପଚାର ପାଇଁ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ତଥାପି ଏଭଳି କିଛି ଉପାୟ ରହିଛି, ଯାହାଦ୍ୱାରା ଏହି ରୋଗରୁ ଆପଣ ମୁକ୍ତି ପାଇପାରିବେ । ଏଥିରୁ ମୁକ୍ତି ପାଇବାକୁ ହେଲେ ନିଜ ଡାଏଟ୍ ରୁଟିନରେ ଅଧିକ ପ୍ରୋଟିନ୍, ଭିଟାମିନ୍ ଓ ଅନ୍ୟ ପୋଷକତତ୍ୱଯୁକ୍ତ ଖାଦ୍ୟ ସାମିଲ୍ କରନ୍ତୁ । ଯେତେ ସମ୍ଭବ ସୋସିଆଲ୍ ମିଡିଆରୁ ଦୂରେଇ ରହି ନିଜ ପରିବାର ଓ ସାଙ୍ଗସାଥିଙ୍କ ସହିତ ସମୟ ବିତାନ୍ତୁ । ନିଜକୁ ବିଭିନ୍ନ ପ୍ରକାର ଫନି ଗେମ୍ କିମ୍ବା ମାଇଣ୍ଡ ଗେମ୍ ଦ୍ୱାରା ବିଜି ରଖନ୍ତୁ । ସମୟ ବାହାର କରି ବିଭିନ୍ନ ନୂଆ ସ୍ଥାନ ଦେଖିବା ଓ ନୂଆ ଲୋକଙ୍କ ସହିତ ମିଳାମିଶା କରିବାକୁ ଚେଷ୍ଟା କରନ୍ତୁ ।