ଜନଙ୍କ ଅନସ୍କ୍ରୀନ୍ ନାୟିକା ଦିବ୍ୟା
୨୦୧୮ରେ ବକ୍ସ ଅଫିସରେ ଧମାଲ୍ କରିଥିବା ଫିଲ୍ମ ‘ସତ୍ୟମେବ ଜୟତେ’ର ୨ୟ ସଂସ୍କରଣର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଖବର ମିଳିଛି । ମିଲାପ ମିଲନ୍ ଜାଭେରି ଏହି ସଂସ୍କରଣର ପାଇଁ ଜନଙ୍କ ବିପକ୍ଷର ନାୟିକା ଭାବେ ଦିବ୍ୟା ଖୋସଲାଙ୍କୁ ସାଇନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିବ୍ୟା ମଧ୍ୟ ଏହି ଖବରକୁ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଭୂଷଣ କୁମାର, କୃଷ୍ଣ କୁମାର, ମୋନିଶା ଆଡଭାନୀ, ମଧୁ ଭୋଜୱାନି ଓ ନିଖିଲ ଆଡଭାନୀ ଫିଲ୍ମର ପ୍ରଯୋଜକ ଭାବେ ଅଛନ୍ତି । ନିକଟରେ ଏହାର ଟ୍ରେଲର୍ ରିଲିଜ୍ କରାଯାଇଥିଲା ।
ଆସନ୍ତା ୨୦୨୦ରେ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ଏହି ଫିଲ୍ମ ସିନେମାଘରକୁ ଆସିବ । ନିର୍ଦ୍ଦେଶକ ମିଲାପ ‘ମରଜାୱା’ର ସୁଟିଂ ସାରିବା ପରେ ‘ସତ୍ୟମେବ ଜୟତେ ୨’ର ସୁଟିଂ ଆରମ୍ଭ କରିବେ । ୨୦୧୮ ରେ ମାତ୍ର ୪୫ କୋଟି ବଜେଟରେ ଏହି ଫିଲ୍ମ ନିର୍ମାଣ ହୋଇଥିଲା ଏବଂ ସେଥିରେ ଜନଙ୍କ ସହିତ ସ୍କ୍ରିନ୍ ସେୟାର୍ କରିଥିଲେ ମନୋଜ ବାଜପେୟୀ, ଆୟଶା ଶର୍ମା, ଅମୃତା ଖାନଭିଲଭର୍ । ନୋରା ଫତେହିଙ୍କ ଆଇଟମ୍ ନମ୍ବର ‘ଦିଲବର୍…’ ସିନେପ୍ରେମୀଙ୍କୁ ବିଶେଷ ଭାବେ ପସନ୍ଦ ହୋଇଥିଲା ।