୧୧ଦିନରେ ୨୫୭ କୋଟି, ଦ୍ୱିତୀୟ ହାଇଏଷ୍ଟ୍ ଗ୍ରସର୍ ଫିଲ୍ମ ‘ୱାର୍’

ହ୍ରିତିକ୍ ରୋସନ୍ ଓ ଟାଇଗର୍ ସ୍ରଫଙ୍କ ଅଭିନୀତ ଅଭିନୀତ ‘ୱାର୍’ର ରେକର୍ଡ଼ ଖାତାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ମାତ୍ର ୧୧ ଦିନରେ ଏହାର ବକ୍ସଅଫିସ୍ ବ୍ୟବସାୟ ହେଉଛି ୨୫୭ କୋଟି । ଏଭଳି ଏକ ବ୍ୟବସାୟ ପାଇଁ ଏହି ଫିଲ୍ମ ଚଳିତବର୍ଷର ହାଇଏଷ୍ଟ୍ ଗ୍ରସର୍ ଫିଲ୍ମ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ପ୍ରଥମ ସ୍ଥାନରେ ରହିଛି ‘କବୀର୍ ସିଂ’ । ‘କବୀର୍ ସିଂ’ର ଲାଇଫ୍ଟାଇମ୍ କଲେକସନ୍ ହେଉଛି ୨୭୮.୨୪କୋଟି ଟଙ୍କା । ତେଣୁ ଆଗାମୀ କିଛି ଦିନ ମଧ୍ୟରେ ‘ୱାର୍’ ଏହି ଅଙ୍କ ମଧ୍ୟ ପାର୍ କରିଦେବ ବୋଲି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ମାନେ ଆକଳନ କରୁଛନ୍ତି । କାରଣ ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଥିବା ‘ସ୍କାଇ ଇଜ୍ ପିଙ୍କ୍’ ଦର୍ଶକଙ୍କୁ ଅଧିକମାତ୍ରାରେ ଆକର୍ଷିତ କରିପାରିନାହିଁ । ତେଣୁ ଦର୍ଶକ ଏହି ଫିଲ୍ମ ଠାରୁ ମୁହଁ ଫେରାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ ‘ୱାର୍’ର ହିନ୍ଦୀ ଭର୍ସନର ବ୍ୟବସାୟ ହେଉଛି ୨୪୬.୮୦ କୋଟି ଟଙ୍କା । ତାମିଲ୍ ଓ ତେଲୁଗୁ ଭର୍ସନର ବକ୍ସଅଫିସ୍ କଲେକସନ୍ ସହିତ ଏହା ୨୫୭.୭୫ କୋଟି ଟଙ୍କାର ବ୍ୟବସାୟ କରିଛି । ଏହା ବ୍ୟତୀତ ନର୍ଥ ଆମେରିକାରେ ହ୍ରିତିକଙ୍କ ଏହି ଫିଲ୍ମ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାର ଶୀର୍ଷରେ ଅଛି । ୟୁଏସ୍ ଓ କାନାଡ଼ାରେ ଏହାର ବ୍ୟବସାୟ ହେଉଛି ୩.୨ ମିଲିୟନ୍ । ତେବେ ଏଭଳି ସଫଳତା ପାଇଁ ହ୍ରିତିକ୍ ଓ ଟାଇଗରଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି । \n

Leave a Reply

Your email address will not be published. Required fields are marked *