ଖୁବ୍ ଶୀଘ୍ର ଲେଖାଯିବ ଆକ୍ସନ୍ ହିରୋ ଅଜୟଙ୍କ ବାୟୋପିକ୍
୯୦ ଦଶକର ସୁପରହିଟ୍ ଫିଲ୍ମ ‘ଫୁଲ୍ ଔର୍ କାଣ୍ଟେ୩ର ରୋମାଣ୍ଟିକ୍ ବୟ ଅଜୟ ଦେବଗନ୍ ଇତିମଧ୍ୟରେ ଜଣେ ଆଗଧାଡ଼ର ଆକ୍ସନ୍ ହିରୋ ଭାବେ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି । ୨୮ ବର୍ଷର ଫିଲ୍ମ କ୍ୟାରିୟର୍ ମଧ୍ୟରେ ଅଜୟ ଅନେକ ସଂଘର୍ଷର ସାମନା କରିଛନ୍ତି । ବଲିଉଡର ପ୍ରଖ୍ୟାତ ଆକ୍ସନ୍ ଡାରେକ୍ଟର୍ ଭିରୁ ଦେବଗନ୍ ପୁଅ ହେଉଛନ୍ତି ଅଜୟ । ତେଣୁ ଫିଲ୍ମ ବ୍ୟାକଗ୍ରାଉଣ୍ଡ୍ ଥିବା ସେତ୍ତେ୍ୱ ମଧ୍ୟ ଅଜୟ ଇଣ୍ଡଷ୍ଟ୍ରୀକୁ ଆସିବା ପାଇଁ ଅନେକ କଷ୍ଟ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ନାୟକର ଜୀବନୀ ଲେଖିବା ଏବଂ ତାହାକୁ ନେଇ ଫିଲ୍ମ ନିର୍ମାଣ କରାଯିବାର ଯୋଜନା ହେଉଛି । କିନ୍ତୁ ଏ ସମ୍ପର୍କରେ କୌଣସି ଔପଚାରିକ ଖବର ମିଳିନାହିଁ ।
ଯଦି ସବୁକିଛି ଠିକ୍ ହୁଏ, ତେବେ ସେହି ବାୟୋପିକରେ ଅଜୟଙ୍କ କ୍ୟାରିୟର୍ ସଂଘର୍ଷ, ଇଣ୍ଡଷ୍ଟ୍ରୀର ଅନ୍ୟ ତାରକାଙ୍କ ସହିତ ତାଙ୍କର ସମ୍ପର୍କ, ଘରେ ଜଣେ ଆଦର୍ଶ ପିତା ଓ ସ୍ୱାମୀର ଦାୟିତ୍ୱ ପ୍ରଭୃତି ଅନେକ ବିଷୟ ଦର୍ଶକଙ୍କ ସମାନାକୁ ଆସିବ । ‘ଦେ ଦେ ପ୍ୟାର୍ ଦେ’ ପରଠାରୁ ଅଜୟଙ୍କୁ ପରଦା ଉପରେ ଦେଖିବାକୁ ମିଳିନାହିଁ । କିନ୍ତୁ ଆଗାମୀ ବର୍ଷ ସେ ‘ତାନାଜୀ: ଅନସଙ୍ଗ୍ ୱାରିୟର୍’, ‘ତୁର୍ରମ୍ ଖାଁ’, ‘ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’, ‘ମୈଦାନ୍’ ଓ ‘ସୂର୍ଯ୍ୟବଂଶୀ ମାଧ୍ୟମରେ ବଡ଼ ପରଦାକୁ ଫେରିବେ ।