୭ଘଣ୍ଟାରୁ କମ୍ ଶୋଉଛନ୍ତି କି? ହୋଇପାରେ ଏହି ସବୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା
ସୁସ୍ଥ ଶରୀର ପାଇଁ ଭଲ ଖାଦ୍ୟ ସହିତ ଭଲ ନିଦ ନିହାତି ଆବଶ୍ୟକ । ଯଦି ଏହି ଦୁଇଟି ଜିନିଷ ପରଫେକ୍ଟ ଅଛି, ତେବେ ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିନଥାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି । ପ୍ରାପ୍ତ ବୟସ ବ୍ୟକ୍ତି ହେଉ କିମ୍ବା ଜଣେ ଛୋଟ ପିଲା, ଦିନକୁ ୮ଘଣ୍ଟା ଶୋଇବା ଉଚିତ୍ । ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ୭ଘଣ୍ଟାରୁ କମ୍ ସମୟ ଶୋଉଥିବା ବ୍ୟକ୍ତି ବିଭିନ୍ନ ପ୍ରକାର ଗମ୍ଭୀର ରୋଗର ଶିକାର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ତଥ୍ୟ –
୧- ପ୍ରଥମ ହେଉଛି ନିଦ ନହେବା ଯୋଗୁଁ ମାନସିକ ସୁସ୍ଥତା ଆସିନଥାଏ । ଫଳରେ ମନସ୍ତାତ୍ୱିକ ସ୍ଥିତି ଠିକ୍ ନହେଲେ ଦୈନନ୍ଦୀନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୁଏ । ଫଳରେ ଅଧିକ ଟେନସନ୍ ହୋଇଥାଏ ।
୨- ଅଧିକ ଟେନସନ୍ ରହିବା ଦ୍ୱାରା ଉଚ୍ଚ ରକ୍ତଚାପ ଓ ହାର୍ଟଆଟାକ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଅଲଜାଇମର୍ ବା ସ୍ମୃତିହୀନତା ମଧ୍ୟ ସୃଷ୍ଟି ହୁଏ ।
୩- ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ନିଦ ନହେବା ଯୋଗୁଁ ଖାଦ୍ୟ ସହଜରେ ହଜମ ହୁଏ ନାହିଁ । ହଜମ ସମସ୍ୟା ଲାଗି ରହିବା ଦ୍ୱାରା ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି ହୁଏ ।
୪- ଗ୍ୟାଷ୍ଟ୍ରିକ୍ ଯୋଗୁଁ ମୁଣ୍ଡ ବୁଲାଇବା, ବାନ୍ତି ହେବା, ଥକ୍କା ଲାଗିବା ପ୍ରଭୃତି ସମସ୍ୟା ହୋଇଥାଏ ।
୫- ଗ୍ୟାଷ୍ଟ୍ରିକ୍ ଯୋଗୁଁ ଖାଦ୍ୟ ନ ଖାଇବା ଦ୍ୱାରା ଦୁର୍ବଳ ଲାଗିବା ସହ ମାଂସପେଶୀଗୁଡ଼ିକ ଦରଜ ହୋଇଥାଏ । ଏହା ସହିତ ଶରୀରରେ ଚର୍ବି ଜମି ରହି ମୋଟାପା ସମସ୍ୟା ହୁଏ ।
୬- ଟାଇପ୍ ୨ ଡାଇବେଟିସର କାରଣ ମଧ୍ୟରୁ ନିଦ୍ରାହିନତା ହେଉଛି ପ୍ରଥମ କାରଣ ।