ରୋଷେଇ – ଫ୍ରାଏଡ୍ ଇଡଲି

ଆବଶ୍ୟକୀୟ ଜିନିଷ – ୩-୪ଟି ଇଡଲି, ୨ଟି ପିଆଜ, ୩ଟି ଟମାଟ, ଗୋଟିଏ ସିମଲା ଲଙ୍କା, ଦେଢ଼ କପ୍ ପତ୍ରକୋବି କଟା, ଅଧା ଚାମଚ ସୋରିଷ, ୨ ଚୁଟକି ଚିଲି ଫ୍ଲେକ୍ସ, ୨ ଚାମଚ ଟମାଟ ସସ୍, ୨ ବଡ଼ ଚାମଚ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ମିଡିୟମ୍ ଆଂଚରେ ନନଷ୍ଟିକ୍ ପ୍ୟାନ୍ ବସାଇ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ସୋରିଷ ପକାଇ ଫୁଟାନ୍ତୁ । ଏହାପରେ ସେଥିରେ ପିଆଜକୁ କାଟି ପକାନ୍ତୁ । ହାଲକା ଭାଜିବା ପରେ ଟମାଟକୁ କାଟି ପକାନ୍ତୁ । ପତ୍ରକୋବି, ସିମଲା ଲଙ୍କା ଟମାଟ ସସ୍ ଓ ଲୁଣ ପକାଇ ଭଲ ଭାବେ କୁକ୍ କରନ୍ତୁ । ଏହାପରେ ଇଡଲିଗୁଡ଼ିକୁ ୪ ଖଣ୍ଡ ଭାଗ କରି ସେଥିରେ ପକାଇ ଭଲ ଭାବେ ଗୋଳାନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଇଡଲି ଗୁଡ଼ିକ ଭାଙ୍ଗି ନଯାଏ । ଇଡଲିଗୁଡ଼ିକ ଭାଜିବା ସମୟରେ ଯଦି ତେଲ ଆବଶ୍ୟକ ହୁଏ, ତାହେଲେ ଅଧା ଚାମଚ ତେଲ ପକାଇ ଭଲ ଭାବେ ଭାଜନ୍ତୁ । ଭଲ ଭାବେ ଭାଜିବା ପରେ ପ୍ୟାନ୍ ଓହ୍ଲାଇ ଆଣନ୍ତୁ ଏବଂ ଉପରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

Leave a Reply

Your email address will not be published. Required fields are marked *