ଗୁରୁବାରଠୁ କମିଯିବ ଷ୍ଟେଟ୍‌ବ୍ୟାଙ୍କ୍‌ରେ ସୁଧହାର, ଜାଣନ୍ତୁ କାହା ପାଇଁ ସୁଧ କେତେ ହେବ

ଭୁବନେଶ୍ଵର, (ଓଟି): ଗୁରୁବାରଠାରୁ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସୁଧହାର କମ୍‌ କରାଯିବ। ଏନେଇ ବ୍ୟାଙ୍କ୍‌ ବୁଧବାରଦିନ ଘୋଷଣା କରିଛନ୍ତି। ସେଉଁ ଋଣ ତଥା ସଞ୍ଚୟ ରେପୋ ଲିଙ୍କ୍‌ ନୁହେଁ ସେଗୁଡ଼ିକ ପାଇଁ ଏହା ଲାଗୁ ହେବ। ବ୍ୟାଙ୍କ ମାର୍ଜିନାଲ୍‌ କଷ୍ଟ ଅଫ୍‌ ଫଣ୍ଡ ବେସ୍‌ଡ୍‌ ଲେଣ୍ଡିଂ ରେଟ୍‌ ( ଏମ୍‌ସିଏଲଆର)ରେ ୧୦ ବେସିସ୍‌ ପଏଣ୍ଟ କମ୍‌ ଘୋଷଣା କରିଥିବାରୁ ଏହି ସୁଧହାର କମିପାରେ। ବ୍ୟାଙ୍କ୍‌ରେ ଟଙ୍କା ପରିମାଣ ବଢ଼ିଥିବା ଲକ୍ଷ୍ୟ କରି ଏହିପରି ଆକର୍ଷଣୀୟ ଘୋଷଣା କରାଯାଇଛି। ଏବେ ପୂଜା ତଥା ଉତ୍ସବର ଋତୁ ଚାଲିଥିବାରୁ ଏହି ସୁଧହାର ଘୋଷଣା ଲୋକଙ୍କୁ ଋଣ ନେବାରେ ସହାୟକ ହେବ ବୋଲି ଆଶା କରାଯାଉଛି। 

ବ୍ୟାଙ୍କ୍‌ ଘୋଷଣା ଅନୁସାରେ ଯେଉଁ ଋଣ ବର୍ଷକୁ ୮.୧୫ ପ୍ରତିଶତ ହାରରେ ବ୍ୟାଙ୍କ୍‌ ଯୋଗାଉଥିଲା ତାହା ୮.୦୫ ପ୍ରତିଶତ ହେବ। ସେହିପରି ଦିବର୍ଷ ଅବଧି ଥିବା ଋଣ ଯାହା ବର୍ଷକୁ ୮.୨୫ ପ୍ରତିଶତ ହାରରେ ଦିଆଯାଉଥିଲା ତାହା ୮.୧୫ ପ୍ରତିଶତ ହୋଇଥିବା ବେଳେ ତ୍ରିବର୍ଷ ପାଇଁ ଦିଆଯାଉଥିବା ଋଣ ସୁଧହାର ୮.୩୫ ପ୍ରତିଶତରୁ ଖସି ୮.୨୫ରେ ପହଞ୍ଚିଛି। ଏହା ୧୦ ଅକ୍ଟୋବରରୁ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି। 

ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ରେପୋହାର ୧୦ ବେସିସ୍‌ ପଏଣ୍ଟ ଖସିଯିବା ପରେ ଦେଶର ସର୍ବ ବୃହତ ବ୍ୟାଙ୍କ୍‌ ଏହି ଘୋଷଣା କରିଛନ୍ତି। 

ଏମ୍‌ସିଏଲ୍‌ଆର୍‌ ହେଉଛି ବ୍ୟାଙ୍କ୍‌ର ଆଭ୍ୟନ୍ତରୀଣ ରେଟିଂ। ବ୍ୟାଙ୍କ୍‌ ଗ୍ରାହକଙ୍କ ସ୍ଥିତିକୁ ନେଇ ଋଣ ପାଇଁ ସୁଧହାର ବିଚାର କରିଥାଆନ୍ତି। 

ସଞ୍ଚୟ ଉପରେ ସୁଧ ବି କମିଲା 

ଯଦି ଆପଣ ସଞ୍ଚୟ କରିଛନ୍ତି ତେବେ ଆପଣଙ୍କ ପାଇଁ ସୁଧହାର କମିବ। ଯେଉଁ ସୁଧହାର ସାଧାରଣ ସଞ୍ଚୟ ଲାଗି ୩.୨୫ ପ୍ରତିଶତକୁ କମାଇ ଦିଆଯାଇଛି। ୧ ନଭେମ୍ବରରୁ ଏହା ଲାଗୁ ହେବ। ଏକ ଲକ୍ଷ ଟଙ୍କା ଜମା ଉପରେ ଯେଉ ବ୍ୟାଙ୍କ୍‌ ପୂର୍ବରୁ ୩.୫୦ ପ୍ରତିଶତ ସୁଧ ଦେଉଥିଲା ଏବେ ତାହା ୩.୨୫ ପ୍ରତିଶତକୁ କମିଛି। 

 

Leave a Reply

Your email address will not be published. Required fields are marked *