ଚାଷୀଙ୍କୁ ଦେବାକୁ ପଡ଼ିବନି ଆଧାର

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ଆର୍ଥିକ ସହଯୋଗ ଲାଭ ପାଇଁ ଚାଷୀଙ୍କୁ ଆଧାର ପ୍ରଦାନ କରିବା ବାଧ୍ୟତାମୂଳକ ହେବ ନାହିଁ। ନଭେମ୍ବର-୩୦ ତାରିଖ ଯାଏ ଏହି ନିୟମକୁ ପାଳନ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି। ପିଏମ୍‌- କିଶାନ୍‌ ଯୋଜନାର ଲାଭ ନେବା ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। 

ଏହି ଯୋଜନା ଦ୍ଵାରା ୭କୋଟି ଚାଷୀ ଉପକୃତ ହେବେ। ସେମାନେ ବର୍ଷକୁ ୬ହଜାର ଟଙ୍କାର ଆର୍ଥିକ ସହାୟତା ଲାଭ କରିବେ। ତିନୋଟି ସମାନ କିସ୍ତିରେ ଏହି ଅର୍ଥ ମିଳିବ। ପୂର୍ବରୁ ଆଧାର ବାଧ୍ୟତାମୂଳକ ରହିଥିଲା। 

Leave a Reply

Your email address will not be published. Required fields are marked *