ରୋଷେଇ – ବୁନ୍ଦି ରାଇତା

ଆବଶ୍ୟକୀୟ ଜିନିଷ – ୧୦୦ ଗ୍ରାମ୍ ବେସନ, ୨ କପ୍ ଦହି, ଅଧା ଚାମଚ ଲଙ୍କା ପାଉଡର୍, ଅଧା କପ୍ ଡାଳିମ୍ବ ମଂଜି, ଅଧା କପ୍ କଟା ଧନିଆ ପତ୍ର, ଛାଣିବା ପାଇଁ ତେଲ, ଅଧା ଚାମଚ ଗରମ ମସଲା ଓ ଏକ ଚୁଟକି ଲୁଣ ।

ପ୍ରସ୍ତୁତ ପ୍ରଣାଳୀ – ବେସନରେ ପାଣି ଓ ଗରମ ମସଲା ମିଶାଇ ଏକ ଗାଢ଼ା ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏକ କରେଇ ବସାଇ ବୁନ୍ଦି ଛାଣିବା ପାଇଁ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ବୁନ୍ଦି ଛାଞ୍ଚ ଦ୍ୱାରା ବେସନ ପେଷ୍ଟରୁ ଅଳ୍ପ ଅଳ୍ପ ଆଣି ବୁନ୍ଦି ପ୍ରସ୍ତୁତ କରନ୍ତୁ । ବୁନ୍ଦିଗୁଡ଼ିକ କୁଡ଼କୁଡ଼ିଆ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହାପରେ ଗୋଟିଏ ଥାଳି ଉପରେ ବଟର୍ ପେପର୍ ରଖି ବୁନ୍ଦିଗୁଡ଼ିକୁ ସେହି ଥାଳିରେ ବାହାର କରନ୍ତୁ । ବୁନ୍ଦିରେ ଅଧିକ ତେଲ ନ ରହିବା ପାଇଁ ଏଭଳି କରିବା ନିହାତି ଆବଶ୍ୟକ । ନଚେତ୍ ରାଇତାର ସ୍ୱାଦ ଭଲ ଆସିନଥାଏ । ଏହାପରେ ଗୋଟିଏ ବାଉଲରେ ହଦି ରଖି ସେଥିରେ ବୁନ୍ଦି, ଲୁଣ, ଲଙ୍କା ଗୁଣ୍ଡ ଓ ଡାଳିମ୍ବ ମଂଜିକୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହା ଉପରେ କଟା ଧନିଆ ପତ୍ର ପକାଇ ପରଷନ୍ତୁ । ଏହାକୁ ଆପଣ ଭାତ, ପରଟା କିମ୍ବା ନାନ୍ ସହିତ ଖାଇପାରିବେ ।

Leave a Reply

Your email address will not be published. Required fields are marked *