ରୋଷେଇ – ଆପୁଲ୍ ଚିପ୍ସ
ଆବଶ୍ୟକୀୟ ଜିନିଷ – ୩-୪ଟି ଆପୁଲ୍, ଡାଲଚିନି ୨ ଚାମଚ, ଚିନି ୩ ଚାମଚ, ଅଲିଭ୍ ଅଏଲ୍ ୧ କପ୍, ଗୋଲମରିଚ ପାଉଡର୍ ୧ ଚାମଚ, ୧ ଚାମଚ ଆମଚୁର୍ ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ ବାଉଲରେ ଚିନି, ଲୁଣ, ଗୋଲମରିଚ ପାଉଡର୍ ଓ ଡାଲଚିନି ପାଉଡରକୁ ଭଲ ଭାବେ ମିଶାଇ ରଖନ୍ତୁ । ଆପୁଲଗୁଡ଼ିକୁ ଭଲ ଭାବେ ଧୋଇ ଗୋଲ ଆକାରରେ ସ୍ଲାଇସ୍ ଭଳି କାଟନ୍ତୁ । ଏହାପରେ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରିଥିବା ଚିନି ମିକ୍ସରକୁ ଏହା ଉପରେ ଭଲ ଢ଼ାଳି ଗୋଳାଇ ଦିଅନ୍ତୁ । ନଚେତ୍ ଆପୁଲ୍ ସ୍ଲାଇସ୍ କଳା ପଡ଼ିଯିବ । ପ୍ରାୟ ଅଧଘଣ୍ଟା ଏଭଳି ରଖିବା ପରେ କରେଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ମସଲା ଆପୁଲ୍ ସ୍ଲାଇସ୍ଗୁଡ଼କୁ ଗୋଲଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହା ଉପରେ ଆମଚୁର୍ ପାଉଡର୍ ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଖଟାମିଟା କୁରକୁରା ଆପୁଲ୍ ଚିପ୍ସ । ତେଲରେ ଛାଣିବାକୁ ଚାହୁଁନଥିଲେ ଓଭାନରେ ମଧ୍ୟ ଏହାକୁ ପ୍ରସ୍ତୁତ କରିପାରିବେ ।











