ଆଞ୍ଜେଲିନା ଜୋଲିଙ୍କୁ ସ୍ୱର ଦେବେ ଐଶ୍

ଐଶଙ୍କ ପ୍ରଶଂସକଙ୍କ ପାଇଁ ବହୁତ ବଡ଼ ଖୁସି ଖବର । ହଲିଉଡର ପ୍ରଖ୍ୟାତ ନାୟିକା ଆେଞ୍ଜେଲିନା ଜୋଲିଙ୍କ ପାଇଁ ଐଶ୍ ନିଜ ସ୍ୱର ଦେଇଛନ୍ତି । ପୁରା ଖବରଟି ହେଉଛି ହଲିଉଡର ଫାଣ୍ଟାସି ଫିଲ୍ମ ‘ମେଲାଫିସେଣ୍ଟ: ମିଷ୍ଟ୍ରେସ୍ ଅଫ୍ ଏଭିଲ୍’ର ହିନ୍ଦୀ ସଂସ୍କରଣ ନିର୍ମାଣ କରାଯାଇଛି । ତେଣୁ ଏହି ଫିଲ୍ମରେ ଆଞ୍ଜେଲିନାଙ୍କ ସମସ୍ତ ଡାଇଲଗ୍ ଐଶଙ୍କ ସ୍ୱରରେ ଶୁଣିବାକୁ ମିଳିବ । ଏହି ସଫଳତା ମାଧ୍ୟମରେ ସେ ଡିଜନି ୟୁନିଭର୍ସ ସହିତ ମଧ୍ ଯୋଡ଼ି ଯାଇଛନ୍ତି । ଏହି ଫିଲ୍ମ ଆସନ୍ତା ୧୮ ତାରିଖରେ ହିନ୍ଦୀ ଓ ଇଂରାଜୀରେ ୱାଲର୍ଡ଼ ୱାଇଡ୍ ରିଲିଜ୍ କରାଯିବ ।

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍ ମାଧ୍ୟମରେ ଏହି ଖବର ସେୟାର୍ କରିଥିଲେ । ୨୦୧୪ରେ ରିଲିଜ୍ ହୋଇଥିବା ଆଞ୍ଜେଲିନାଙ୍କ ଅଭିନୀତ ‘ମେଲାଫିସେଣ୍ଟ୍’ର ସିକ୍ୱେଲ୍ ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି । ଆଞ୍ଜେଲିନାଙ୍କ ସହିତ ଅଛନ୍ତି ଏଲି ଫେନିଙ୍ଗ୍, ସେମ୍ ରିଲେ, ଇମେଲଡା ଷ୍ଟାଣ୍ଟନ୍, ଜୁନା ଟେମ୍ପଲ୍ ଓ ଲେସଲେ ମେନଭିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଆଞ୍ଜେଲିନାଙ୍କ ପାଇଁ ଐଶ ସ୍ୱର ଦେଇଥିବା ଖବର ଜାଣିବା ପରେ ଐଶଙ୍କ ପାଖକୁ ପ୍ରଶଂସକଙ୍କ ପକ୍ଷରୁ ଶୁଭକାମନାର ଛୁଟିଛି ।

Leave a Reply

Your email address will not be published. Required fields are marked *