‘କମାଣ୍ଡୋ ୩’ ଓ ‘ସତ୍ୟମେବ ଜୟତେ ୨’ର ଫାଷ୍ଟଲୁକ୍ ରିଲିଜ୍
ବିଦ୍ୟୁତ୍ ଜାମୱାଲଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ‘କମାଣ୍ଡୋ ୩’ର ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ଏଥିରେ ବିଦ୍ୟୁତ୍ ୨ ହାତରେ ଗନ୍ ଧରି ଆକ୍ସନ୍ ମୁଡରେ ନଜର ଆସୁଛନ୍ତି । ବିଦ୍ୟୁତ୍ ଇନଷ୍ଟାଗ୍ରାମ୍ ମାଧ୍ୟମରେ ଏହି ପୋଷ୍ଟର୍ ସେୟାର୍ କରିଥିଲେ । ଆଦିତ୍ୟ ଦତ୍ତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ନଭେମ୍ବର ୨୯ ତାରିଖରେ ସିନେମାଘରକୁ ଆସିବ । ବିଦ୍ୟୁତଙ୍କ ସହିତ ଏଥିରେ ଅଦା ଶର୍ମା, ଅଙ୍ଗିରା ଧର୍ ଓ ଗୁଲସନ୍ ଦେବୈୟା ନଜର ଆସିବେ । ଏହି ପୋଷ୍ଟର୍ ସହିତ ଜନ୍ ଆବ୍ରାହମ୍ ମଧ୍ୟ ତାଙ୍କର ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଫାଷ୍ଟଲୁକ୍ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ପୋଷ୍ଟର୍ ସହିତ କ୍ୟାପସନ୍ ରହିଛି – ‘ସତ୍ୟ ଫିର୍ ସେ ଭାରି ପଡ଼େଗା’ ।
ଏହି ଫିଲ୍ମ ଆଗାମୀ ବର୍ଷ ଗାନ୍ଧୀ ଜୟନ୍ତୀରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । ଏହି ପୋଷ୍ଟରରେ ‘ଜନ ଗଣ ମନ’ ଏହି ୩ଟି ଶବ୍ଦକୁ ହାଇଲାଇଟ୍ କରାଯାଇଛି ଏବଂ ଜନଙ୍କୁ ପୁଲିସ୍ ବର୍ଦ୍ଦିରେ ଦେଖିବାକୁ ମିଳିଛି । ସେ ପୁଲିସ୍ ବର୍ଦ୍ଦି ଚିରି ଦେଖାଇଛନ୍ତି ଏବଂ ତାଙ୍କ ଛାତିରେ ତ୍ରୀରଙ୍ଗା ରହିଛି । ଟି ସିରିଜ୍ ପକ୍ଷରୁ ଜାରି କରାଯାଇଥିବା ଆଉ ଏକ ପୋଷ୍ଟରରେ ଫିଲ୍ମର ନାୟିକା ଦିବ୍ୟା ଖୋସଲା ନଜର ଆସୁଛନ୍ତି ଏବଂ ଏହାର କ୍ୟାପସନ୍ ରହିଛି – ‘ତନ୍ ମନ୍ ଧନ୍’ ସେ ବଢ଼କର୍ ‘ଜନ୍ ଗଣ୍ ମନ୍’ । ମିଲାପ ଜାଭେରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।











