ଥାଇରଏଡ୍ ସମସ୍ୟା ଭୋଗୁଛନ୍ତି କି? ଏହି ୫ଟି ଜିନିଷଠାରୁ ଦୂରେଇ ରୁହନ୍ତୁ
ଯଦି ଆପଣ ଥାଇରଏଡ୍ ସମସ୍ୟା ଭୋଗୁଥାନ୍ତି ଏବଂ ତା’ ପାଇଁ ଔଷଧ ଖାଉଥାନ୍ତି, ତେବେ ୫ଟି ଜିନିଷରୁ ସବୁବେଳେ ଦୂରେଇ ରହନ୍ତୁ । କାରଣ ସେହି୫ଟି ଜିନିଷ ଦ୍ୱାରା ଔଷଧର ପ୍ରଭାବ କମିଯାଏ । ଫଳରେ ଥାଇରଏଡ୍ ସମସ୍ୟା ଅଧିକ ହୋଇଥାଏ । ଯଦି ଆପଣଙ୍କୁ ଥାଇରଏଡ୍ ନାହିଁ, ତେବେ ମଧ୍ୟ ସେହି ୫ଟି ଜିନିଷରୁ ଦୂରତା ବଜାୟ ରଖନ୍ତୁ । କାରଣ ସେସବୁର ବ୍ୟବହାର ଦ୍ୱାରା ଥାଇରଏଡ୍ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସେହି ୫ଟି ଜିନିଷ –
୧- ବାଜରା କିମ୍ବା ଶସ୍ୟଜାତୀୟ ଜିନିଷ ଏବଂ ବାଦାମ୍ ଭଳି ବିଭିନ୍ନ ପ୍ରକାର ମଞ୍ଜିଜାତୀୟ ଖାଦ୍ୟକୁ ସୀମିତ ମାତ୍ରାରେ ଖାଇବା ଉଚିତ୍ । କାରଣ ଏହା ଦ୍ୱାରା ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ଫଳରେ ଶରୀରରେ ଥିବା ଥାଇରଏଡ୍ ହରମୋନ୍ ମଧ୍ୟ ପ୍ରଭାବିତ ହୁଏ ।
୨- ଥାଇରଏଡ୍ ପାଇଁ ଔଷଧ ଖାଉଥିଲେ, ଔଷଧ ଖାଇବା ପୂର୍ବରୁ କିମ୍ବା ପରେ ୧ ଘଣ୍ଟା ମଧ୍ୟରେ ଚାହା, କଫି କିମ୍ବା ଅନ୍ୟ କୌଣସି ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଏଥିରେ ଥିବା କେଫିନ୍ ଦ୍ୱାରା ଔଷଧର ପ୍ରଭାବ କମ୍ ହୋଇଥାଏ ଏବଂ ଥାଇରଏଡ୍ ବଢ଼ିଥାଏ ।
୩- ଥାଇରଏଡ୍ ସମସ୍ୟା ଥିଲେ ନିଶାଦ୍ରବ୍ୟ ଓ ବିଭିନ୍ନ ପ୍ରକାର କୋଲଡ୍ରିଙ୍କସ୍ ସେବନରୁ ଦୂରେଇ ରୁହନ୍ତୁ । କାରଣ ଏହା ଦ୍ୱାରା ଶରୀରରେ ଥାଇରଏଡ୍ ହରମୋନ୍ ଅଧିକ କ୍ଷରଣ ହୋଇଥାଏ ।
୪- ଅଧିକ ତେଲ ଜିନିଷ ଖାଇବାରୁ ଦୂରେଇ ରୁହନ୍ତୁ । ତେଲ ଜିନିଷ ଖାଇବା ଦ୍ୱାରା ଶରୀରରେ ଫ୍ରି ରେଡିକଲ୍ସ ବୃଦ୍ଧି ହୋଇଥାଏ । ଫଳରେ ଥାଇରଏଡ୍ ଗ୍ରନ୍ଥି ଭଳି ଅନେକ କୋଷିକାଗୁଡ଼ିକ ନଷ୍ଠ ହୋଇଥାଏ । ଫଳରେ ଥାଇରଏଡ୍ ଅନିୟନ୍ତ୍ରିତ ହୋଇଥାଏ ।
୫- ଅଧିକ ଆୟୋଡିନ୍ ଯୁକ୍ତ ଖାଦ୍ୟ ଖାଇବା ଯୋଗୁଁ ମଧ୍ୟ ଥାଇରଏଡ୍ ସମସ୍ୟା ଦେଖାଦିଏ । ତେଣୁ ଡାକ୍ତରଙ୍କୁ ପରାମର୍ଶ କରି ଶରୀରରେ ଥିବା ଆୟୋଡିନ୍ ଲେଭଲ୍ ପରୀକ୍ଷା କରିବା ପରେ ସେହି ଅନୁଯାୟୀ ଆୟୋଡିନ୍ ଖାଇବା ଉଚିତ୍ ।











