ରୋଷେଇ – ନବରାତ୍ରୀ ସ୍ପେଶାଲ୍: ଦାନାଦାର ଆଳୁ ହଲୱା

ଆବଶ୍ୟକୀୟ ଜିନିଷ – ୩-୪ଟି ବଡ଼ ଆଳୁ, ୧ କପ୍ କାଜୁ, ୧ କପ୍ କିସମିସ୍, ୩ ବଡ଼ ଚାମଚ ଘିଅ, ଦେଢ଼ କପ୍ ଚିନି, ଅଧା କପ୍ ସୁଜି, ଗୋଟିଏ ଚାମଚ ଗରମ ମସଲା ଓ ଗୋଟିଏ ବଡ଼ ଚାମଚ ଅଳେଇଚ ଗୁଣ୍ଡ ।

ପ୍ରସ୍ତୁତି ପ୍ରଣାଳୀ – ଆଳୁକୁ ଭଲ ଭାବେ ଧୋଇ କୁକରରେ ପକାଇ ସିଝାନ୍ତୁ । ମନେ ରଖନ୍ତୁ କେବଳ ଗୋଟିଏ ସିଟି ପରେ ଗ୍ୟାସ୍ ବନ୍ଦ କରି ଆଳୁକୁ ବାହାର କରନ୍ତୁ । ତାହାକୁ ଭଲ ଭାବେ ଚକଟି ଦିଅନ୍ତୁ । ସୁଜିକୁ ଭାଜି ରଖନ୍ତୁ । ଗୋଟିଏ କରେଇରେ ଘିଅ ଗରମ କରନ୍ତୁ । ଏହାପରେ ଆଳୁକୁ ସେଥିରେ ପକାଇ ଭଲ ଭାବେ ଚଲାନ୍ତୁ । ନଚେତ୍ ଆଳୁ କରେଇର ଲାଗିଯିବ । ସେଥିରେ ଚିନି ପକାଇ ଭଲ ଭାବେ ଗୋଳାନ୍ତୁ । ସେଥିରେ ସୁଜି, କାଜୁ ଓ କିସମିସ୍, ଗରମ ମସଲା ଓ ଅଳେଇଚ ଗୁଣ୍ଡ ପକାଇ ଗୋଳାନ୍ତୁ ଏବଂ ଘୋଡ଼ଣୀ ଦେଇ କିଛି ସମୟ କୁକ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ଦାନାଦାର ଆଳୁ ହାଲୱା । ଏହାକୁ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *