ମହିଳା କଂଗ୍ରେସ ପୁନର୍ଗଠିତ: ୭ ସଦସ୍ୟଙ୍କ ନାଁ ଘୋଷଣା
ଭୁବନେଶ୍ୱର, (ଓଟି): ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟିକୁ ପୁର୍ନଗଠନ ଉଦ୍ଦେଶ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ପୂର୍ବତନ ସାଂସଦ ମିସ୍ ସୁଶିଳା ତିରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ଡ. ହମିଦ୍ ହୁସେନ୍ ଓ ଜଜ୍ଞେଶ୍ଵର ବାବୁ ରହିଛନ୍ତି । କମିଟିର ଆବାହକ ଭାବେ ବିଜୟଲକ୍ଷ୍ମୀ ସାହୁ ରହିଛନ୍ତି ।
ଏହି କମିଟି ଚଳିତ ମାସ ୧୫ ତାରିଖ ସୁଦ୍ଧା ନାମ ତାଲିକା ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।











