ଶାଲୁ ଜିନ୍ଦଲ ଓ ଜେଏସ୍‌ପିଏଲ୍‌ଙ୍କୁ ମହାତ୍ମା ପୁରସ୍କାର

ଭୁବନେଶ୍ଵର, (ଓଟି):  ଭାରତର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକମାଙ୍କର ବିକାଶ ନିମନ୍ତେ ନିଜର ଯୋଗଦାନ ଏବଂ ନେତୃତ୍ୱ  ନିମନ୍ତେ ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା  ଶାଲୁ ଜିନ୍ଦଲଙ୍କୁ  ମିଳିଲା ମହାତ୍ମା ଆୱାର୍ଡ ଫର ଲିଡରସିପ ଇନ କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି  ସମ୍ମାନରେ ସମ୍ମାନୀତ କରାଯାଇଛି। lସହିପରି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଉତ୍କର୍ଷ  ପ୍ରଦର୍ଶନ ପାଇଁ ଜେଏସପିଏଲ ଫାଉଣ୍ଡେସନକୁ ମହାତ୍ମା ଆୱାର୍ଡ ଫର ସିଏସଆର ଏକସେଲେନ୍ସ  ଆଣ୍ଡ ସୋସିଆଲ ଗୁଡ୍‌’ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି I ଗୁରୁଗ୍ରାମ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଦ୍ମଭୂଷଣ  ରାଜଶ୍ରୀ  ବିର୍ଲା  ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ  I 

 ଏହି ପୁରସ୍କାରକୁ  ଜେଏସପିଏଲର  ଏକଜ୍ୟୁକୁଟିଭ ଭାଇସ ପ୍ରେସିଡେଣ୍ଟ ତଥା ସିଏସଆର ମୁଖ୍ୟ ପ୍ରଶାନ୍ତ ହୋତା ଗ୍ରହଣ କରିଥିଲେ।ଏହି ପୁରସ୍କାର ନିମନ୍ତେ ଜୁରୀମାନଙ୍କୁ ଧନ୍ୟବାଦ ଦେବା ସହିତ ଶାଲୁ କହିଛନ୍ତି, ଆମ ସେବା ଦ୍ୱାରା ଦୁଇ ନିୟୁତରୁ ଅଧିକ ଲୋକମାନଙ୍କ ନିକଟରେ ଆମେ ପହଞ୍ଚି ପାରିଥିବାରୁ ମୁଁ  ଭଗବାନଙ୍କ ନିକଟରେ କୃତଜ୍ଞ। ସମାଜର ଅବହେଳିତ ଲୋକମାନଙ୍କ ସେବା ନିମନ୍ତେ ଏହି ପୁରସ୍କାର ଆମକୁ ଅଧିକ ପ୍ରେରଣା ଯୋଗାଇବ।

ଏକ ବହୁସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ଜେଏସପିଏଲ ଫାଉଣ୍ଡେସନ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲା ।

ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ତଥା ସଙ୍ଗଠନକୁ ମହାତ୍ମା ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ।  ଏହି ବାର୍ଷିକ ପୁରସ୍କାର କାର୍ଯ୍ୟକ୍ରମକୁ ଯୁକ୍ତରାଷ୍ଟ୍ର ଆମେରିକାରେ ପଞ୍ଜିକୃତ ଲାଇଭୱିକ ଏଲଏଲସି  ଆୟୋଜନ କରିଥାଏ ।

ଶାଲୁ ଜିନ୍ଦଲଙ୍କ ନେତୃତ୍ୱ  ଏବଂ ଦିଗଦର୍ଶନରେ ଜେଏସପିଏଲ ଫାଉଣ୍ଡେସନ ଭାରତର ତିନୋଟି ରାଜ୍ୟର ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତାବିକାଶ, ଜୀବିକା ବିକାଶ, ନାରୀ ସଶକ୍ତିକରଣ, ଗ୍ରାମ୍ୟ ଭିତ୍ତିଭୂମି, କୃଷି, ପରିବେଶ, କ୍ରୀଡା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ  ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିଆସୁଛି। ଏହା ମାଧ୍ୟ୍ୟମରେ ଦୁଇ ନିୟୁତରୁ ଅଧିକ ଲୋକମାନଙ୍କ ନିକଟରେ  ଜେଏସପିଏଲ ଫାଉଣ୍ଡେସନ ପହଁଚିପାରିଛି ।

ନିକଟରେ  ଶାଲୁ ଜିନ୍ଦଲଙ୍କୁ ସିଙ୍ଗାପୁର ଠାରେ ବେଷ୍ଟ ସିଏସଆର ପ୍ରାକ୍ଟିସ ଆୱାର୍ଡ 2019 ଫର  ସୋସିଆଲ ଏଣ୍ଟ୍ରପ୍ରିନିୟରସିପ ଓ ଏକଲବ୍ୟ ପୁରସ୍କାର 2019 ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଜିନ୍ଦଲଙ୍କୁ ଫ୍ଲାଗ  ଫାଉଣ୍ଡେସନ ଅଫ ଇଣ୍ଡିଆ ର ଉପସଭାପତି ମଧ୍ୟ ଅଛନ୍ତି  I 

ସେହିଭଳି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ କାର୍ଯ୍ୟ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନକୁ ବହୁ ପୁରସ୍କାର ମଧ୍ୟ ମିଳିଛି।  ନିକଟରେ  ମିଳିଥିବା ପୁରସ୍କାର ମଧ୍ୟରେ ରହିଛି  ଏନଜିଓବକ୍ସ ସିଏସଆର ଇମ୍ପାକ୍ଟ ଆୱାର୍ଡ, ଫିକି ସିଏସଆର ଆୱାର୍ଡ ଫର ୱମେନ ଏମ୍ପାୱାରମେଣ୍ଟ ଏବଂ  ଗ୍ରୀନଟେକ ନାସନାଲ ଆୱାର୍ଡ ଇନ ସିଏସଆର।

 

Leave a Reply

Your email address will not be published. Required fields are marked *