ଦୀପାବଳି ଅଫର: ୬୯୯ ଟଙ୍କାରେ ମିଳିବ ଜିଓଫୋନ

ରିଲାଏନ୍ସ ଜିଓ ପକ୍ଷରୁ ଏକ ନୂଆ ଅଫର ଘୋଷଣା କରାଯାଇଛି । ବଜାରରେ ଯେଉଁ ଜିଓ ଫୋନ୍‍ ଦାମ୍‍ ୧୫୦୦ ଟଙ୍କା ତାହା ଏବେ ୬୯୯ ଟଙ୍କାରେ ଉପଲବ୍ଧ ହେବ । ପୁଣି ଏଥିଲାଗି ଆପଣଙ୍କୁ ପୁରୁଣା ଫୋନ୍‍ ବଦଳାଇବା ଦରକାର ପଡ଼ିବ ନାହିଁ । ସବୁ ଭାରତୀୟଙ୍କ ସମ୍ପୂର୍ଣ୍ଣ ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣକୁ ନିଶ୍ଚିତ କରିବା ଲାଗି ଏହି ଅଫର୍‍ ଉଦ୍ଦିଷ୍ଟ ବୋଲି ଜିଓ ଫୋନ୍‍ ପକ୍ଷରୁ କୁହାଯାଇଛି । ଏହି ଅଫର ଦୀପାବଳି ଯାଏ ଉପଲବ୍ଧ ହେବ ।

ଜିଓ ପକ୍ଷରୁ ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ମୂଲ୍ୟ ବଜାରରେ ବର୍ତମାନ ଉପଲବ୍ଧ ହେଉଥିବା ଯେକୌଣସି ୨ଜି ଫିଚର ଫୋନ୍ ତୁଳନାରେ ବହୁତ କମ୍ । ୪ଜି ସେବା ପର୍ଯ୍ୟନ୍ତ ଆସିବା ଲାଗି ଫିଚର୍ ଫୋନ୍ ବ୍ୟବହାରକାରୀଙ୍କ ଲାଗି ଯେଉଁ ଶେଷ ପ୍ରତିବନ୍ଧକ ରହିଥିଲା ତାହା ଏବେ ଦୂର ହୋଇଛି ।

୭୦୦ ଟଙ୍କାର ପ୍ରତିବଦ୍ଧତା, ଯାହା ଜିଓ ଫୋନ୍ ଗ୍ରାହକମାନେ ଜିଓଫୋନ୍କୁ କିଣିବା ଲାଗି ନିବେଶ କରିବେ ଏବଂ ୨ଜିରୁ ୪ଜି ଡାଟା ଦୁନିଆରେ ପ୍ରବେଶ କରିବେ, ଜିଓ ମଧ୍ୟ ନିଜ ଆଡ଼ୁ ନିବେଶର ପ୍ରତିଶ୍ରୁତି ଦେଇଛି । ଭାରତୀୟ ସମାଜରେ ନିହାତି ଆବଶ୍ୟକ କରୁଥିବା ବର୍ଗକୁ ଇଟଂରନେଟ୍ ଅର୍ଥନୀତିରେ ସାମିଲ କରିବା ଦିଗରେ ଜିଓର ଏହା ହେଉଛି ନିବେଶ ଏବଂ ପ୍ରତିବଦ୍ଧତା ।

ଯେଉଁ ଜିଓଫୋନ୍ ଗ୍ରାହକମାନେ ଦୀପାବଳି ୨୦୧୯ ଅଫର ଜରିଆରେ ଜିଓରେ ଯୋଗ ଦେବେ, ଜିଓ ସେମାନଙ୍କୁ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ସୁବିଧା ପ୍ରଦାନ କରିବ । ଗ୍ରାହକମାନେ ଯେଉଁ ପ୍ରଥମ ୭ଟି ରିଚାର୍ଜ କରିବେ, ଜିଓ ଅତିରିକ୍ତ ଭାବେ ପ୍ରତିଥର ୯୯ ଟଙ୍କା ମୂଲ୍ୟର ଡାଟା ଯୋଗ କରିବ ।

ଅତିରିକ୍ତ ୭୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଡାଟା ଜରିଆରେ ଏହି ଅଫରରେ ଜିଓ ଫୋନ୍ ବ୍ୟବହାରକାରୀମାନେ ମନୋରଂଜନ, ପେମେଂଟ୍, ଇ-କମର୍ସ, ଶିକ୍ଷା, ଲର୍ଣ୍ଣିଂ, ତାଲିମ, ରେଳ ଓ ବସ୍ ବୁକିଙ୍ଗ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଟେଂଲିଜେନ୍ସ) ଆପ୍ସ ଏବଂ ଆହୁରି ବହୁତ କିଛିର ଏଯାଏଁ ଅଦେଖା ଦୁନିଆରେ ପ୍ରବେଶ କରିପାରିବେ ।

Leave a Reply

Your email address will not be published. Required fields are marked *