ରୋଷେଇ – ବ୍ରେଡ୍ ଉପମା

ଆବଶ୍ୟକୀୟ ଜିନିଷ – ୧୦-୧୨ଟି ପାଉରୁଟି, ୨ ଟେବୁଲ୍ ସ୍ପୁନ୍ ତେଲ, ୨ ଟିସ୍ପୁନ୍ ସୋରିଷ, ଗୋଟିଏ କଟା ଟମାଟ, ଗୋଟିଏ କଟା କଂଚା ଲଙ୍କା, ଖଣ୍ଡେ ଅଦା, ଗୋଟିଏ କପ୍ କଟା ପିଆଜ, ୧/୪ କପ୍ ଟମାଟ କ୍ୟାଚଅପ୍, ଗୋଟିଏ ଛୋଟ ଚାମଚ ଲେମ୍ବୁ ରସ, ଅଧାକପ୍ କଟା ଧନିଆ ପତ୍ର ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ପାଉଁରୁଟିକୁ ପାଣିରେ ଭିଜାଇ ସଙ୍ଗେ ସଙ୍ଗେ ବାହାର କରି ଆଣନ୍ତୁ । ସେଥିରୁ ଭଲ ଭାବେ ପାଣିକୁ ବାହାର କରି ହାତରେ ଗୁଣ୍ଡ କରିଦିଅନ୍ତୁ । କରେଇରେ ତେଲ ଗରମ କରି ସୋରିଷ ପକାନ୍ତୁ । ସୋରିଷ ଫୁଟିବା ପରେ ସେଥିରେ କଂଚା ଲଙ୍କା ଓ ଅଦାକୁ ଛୋଟ ଛୋଟ କାଟି ପକାନ୍ତୁ । ଗ୍ୟାସକୁ ମିଡିୟମ୍ ଆଂଚରେ ରଖି ଏହାକୁ ୨-୩ ମିନିଟ୍ ଭାଜିବା ପରେ ପିଆଜ ପକାନ୍ତୁ । ପିଆଜ ଲାଲ୍ ହେବା ପରେ ସେଥିରେ ଟମାଟ ପକାଇ କିଛି ସମୟ କୁକ୍ କରନ୍ତୁ । ଏହା ଭଲ ଭାବେ କୁକ୍ ହେବା ପରେ ସେଥିରେ ପାଉଁରୁଟି, ଟମାଟ କ୍ୟାଚଅପ୍ ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ୨-୩ ମିନିଟ୍ ଚଲାଇ ଭଲ ଭାବେ କୁକ୍ କରନ୍ତୁ । ଯଦି ଏହା ଆପଣଙ୍କୁ ଶୁଖିଲା ଲାଗୁଛି, ତେବେ ସେଥିରେ ଆପଣ ୧ ଛୋଟ କପ୍ ପାଣି ଦେଇପାରିବେ । ପ୍ରସ୍ତୁତ ହୋଇଗଲା ବ୍ରେଡ୍ ଉପମା । ପରଷିବା ସମୟରେ ଏହା ଉପରେ କଟା ଧନିଆ ପତ୍ର ପକାନ୍ତୁ ।

Leave a Reply

Your email address will not be published. Required fields are marked *