କୁଣାଲଙ୍କ ଫିଲ୍ମରେ ସମ୍ମି କପୁର୍ କ୍ରେଜି

ଏବେ ହେଉଛି ରିମିକ୍ସର ଜମାନା । ଓଲଡ୍ ଇଜ୍ ଗୋଲଡ୍ ଅନୁଯାୟୀ ଏବେ ଅନେକ ଫିଲ୍ମରେ ପୁରୁଣା ବଲିଉଡ ଗୀତଗୁଡ଼ିକର ରିମିକ୍ସ ଭର୍ସନ ଶୁଣିବାକୁ ମିଳୁଛି । ଏମିତି କି କେତେକ ପୁରୁଣା ବଲିଉଡ୍ ଗୀତର ମୁଖଡ଼ାକୁ ନେଇ ଫିଲ୍ମର ଟାଇଟେଲ୍ ରହିଛି । ତେବେ ଏହି ଧାରାରେ କୁଣାଲ୍ ଖେମୁଙ୍କ ଆଗାମୀ ଫିଲ୍ମ ‘ଲୁଟକେସ୍’ର ଏକ ଦୃଶ୍ୟରେ ସମ୍ମି କପୁରଙ୍କ ସୁପରହିଟ୍ ଫିଲ୍ମ ‘ବ୍ରହ୍ମଚାରୀ’ର ସୁପରହିଟ୍ ଗୀତ ‘ଆଜ୍ କଲ୍ ତେରେ ମେରେ ପ୍ୟାର୍ କେ ଚର୍ଚ୍ଚେ…’ ପୁଣିଥରେ ସଙ୍ଗୀତପ୍ରେମୀଙ୍କୁ ଶୁଣିବାକୁ ମିଳିବ । ୧୯୬୮ରେ ରିଲିଜ୍ ହୋଇଥିବା ‘ବ୍ରହ୍ମଚାରୀ’ର ଏହି ଗୀତର ରିକ୍ରିଏସନ୍ କରାଯାଇଛି ।

ଆସନ୍ତା ଅକ୍ଟୋବର ୧୧ ତାରିଖରେ କମେଡ଼ି ଫିଲ୍ମର ତଡ଼କା ନେଇ ଆସିବ ‘ଲୁଟକେସ୍’ । ଏହାର ନିର୍ଦ୍ଦେଶକ ରାଜେଶ୍ କୃଷ୍ଣନ୍ କହିଛନ୍ତି ଯେ ଶଙ୍କର ଜୟକିଶନଙ୍କ ଏହି ଗୀତର କମ୍ପୋଜିସନରେ କୌଣସି ପ୍ରକାର ରିମିକ୍ସ କରାଯାଇନାହିଁ । ନିକଟରେ ଫିଲ୍ମର ଟିଜର୍ ରିଲିଜ୍ ହେଇଥିଲା । ଏଥିରେ ଦେଖିବାକୁ ମିଲିଥିଲା ଯେ ଫିଲ୍ମର ହିରୋକୁ ଟଙ୍କା ଭର୍ତ୍ତି ହୋଇଥିବା ଏକ ସୁଟକେସ୍ ମିଳୁଛି । ସେହି ଟଙ୍କାକୁ ନେଇ କ’ଣ କରାଯିବ, ତାହାକୁ ନେଇ କାହାଣୀ ଆଗକୁ ବଢ଼ିଛି ଏବଂ ସେଥିରେ କମେଡ଼ିର ତଡ଼କା ରହିଛି । ଏହି ଷ୍ଟୋରୀର ବ୍ୟାକଗ୍ରାଉଣ୍ଡ୍ ସଙ୍ଗ୍ ଭାବେ ସମ୍ମିଙ୍କ ଗୀତକୁ ମ୍ୟାଚ୍ କରାଯାଇଛି । ସମ୍ମିଙ୍କର ଏହି ଗୀତ ପାଇଁ ସିନେପ୍ରେମୀ ନିଶ୍ଚିତ ଭାବେ ଫିଲ୍ମ ପ୍ରତି ଆକୃଷ୍ଟ ହେବେ ବୋଲି ଟିମ୍ ଆଶା ବାନ୍ଧିଛନ୍ତି ।

Leave a Reply

Your email address will not be published. Required fields are marked *