କନ୍ୟାପୂଜା ସମୟରେ କରନ୍ତୁ ନାହିଁ ଏହି ଭୁଲ୍, ଦିଅନ୍ତୁ ନାହିଁ ଏହି ଜିନିଷ
ଆରମ୍ଭ ହୋଇଯାଇଛି ନବରାତ୍ରୀ । ବିଧିବିଧାନ ସହିତ ମା’ଙ୍କ ଆରାଧନା କରିବା ସହିତ କନ୍ୟାପୂଜାର ଏକ ଭିନ୍ନ ମହତ୍ୱ ରହିଛି । ୩ରୁ ୧୦ ବର୍ଷର ୯ଜଣ ଶିଶୁ କନ୍ୟାଙ୍କୁ ନେଇ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ୯ଦିନ ମଧ୍ୟରେ ତାଙ୍କୁ ଦେବୀଙ୍କ ୯ଟି ସ୍ୱରୂପ ଭାବେ ପୂଜାର୍ଚ୍ଚନା କରାଯାଏ । ନୂଆ ବସ୍ତ୍ର ସହିତ ସେମାନଙ୍କୁ ଅଳତା ସିନ୍ଦୁର, କୁଙ୍କୁମ ଓ ଚନ୍ଦନରେ ସଜାଯାଇ ଖେଳନା ଓ ସୁସ୍ୱାଦୁ ଖାଦ୍ୟ ଓ ସାମର୍ଥ୍ୟ ଅନୁଯାୟୀ ଦକ୍ଷିଣା ଦିଆଯାଏ । ତେବେ କନ୍ୟା ପୂଜନ ସମୟରେ ଆମେ ଅଜାଣତରେ ଏଭଳି କିଛି ଭୁଲ୍ କରିବସୁ, ଯାହାକି ନବରାତ୍ରି ପୂଜାରେ ବିଘ୍ନ ଘଟାଇଥାଏ ।
ସେଥିମଧ୍ୟରୁ ଗୋଟିଏ ହେଉଛି ଆମେ ଶିଶୁଙ୍କ ରୁଚି ଅନୁଯାୟୀ ପିଆଜ ଓ ରସୁଣ ପକାଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରିଥାଉ । କିନ୍ତୁ ନବରାତ୍ରି ସମୟରେ ଘରେ ଆଦୌ ପିଆଜ-ରସୁଣ କିମ୍ବା ଆମିଷ ଭୋଜନ ପ୍ରସ୍ତୁତ କରିବା ଉଚିତ୍ ନୁହେଁ । ଯେଉଁ ବ୍ୟକ୍ତି ବ୍ରତ କରୁଛନ୍ତି କିମ୍ବା ଘରର ଅନ୍ୟକୌଣସି ବ୍ୟକ୍ତି ମଧ୍ୟ ଆମିଷ ଭୋଜନ କରିବା ଉଚିତ୍ ନୁହେଁ । ତେଣୁ କନ୍ୟା ପୂଜାରେ ଶିଶୁକନ୍ୟାମାନଙ୍କୁ ଆଦୌ ଏଭଳି ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ । ଏହାଦ୍ୱାରା ବ୍ରତର ଫଳ ମିଳିନଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଭୁଲ୍ ଆଦୌ କରନ୍ତୁ ନାହିଁ ।











