‘ଆଇଫା’ ଆୱାର୍ଡ଼ ୨୦୧୯ର ବିଜେତା
ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଆକାଡମୀ ଆୱାର୍ଡ଼ (ଆଇଫା)ର ୨୦ତମ ସଂସ୍କରଣ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ବଲିଉଡ୍ ତାରକାଙ୍କ ଗହଣରେ ଏହି ବର୍ଣ୍ଣାଢ଼୍ୟ ଉତ୍ସବ ଆହୁରି ରଙ୍ଗବିରଙ୍ଗି ହୋଇ ଉଠିଥିଲା । ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରି ତାରକାମାନେ ସମ୍ମାନିତ ହୋଇଥିଲେ । ଆଲିଆ ଭଟ୍ଟଙ୍କ ଅଭିନୀତ ‘ରାଜି’ ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନିତ ହୋଇଥିଲାବେଳେ ଆଲିଆଙ୍କୁ ମିଳିଥିଲା ସର୍ବଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ । ‘ପଦ୍ମାବତ୍’ ପାଇଁ ରଣବୀରଙ୍କୁ ସର୍ବଶ୍ରେଷ୍ଠ ଅଭିନେତାର ଆୱାର୍ଡ଼ ମିଳିଥିଲା । ତେବେ ଆସନ୍ତୁ ଜାଣିବା ବିଜେତା ତାଲିକାରେ ସାମିଲ୍ ଥିବା ଅନ୍ୟ କଳାକାର ଓ ଫିଲ୍ମ ସମ୍ପର୍କରେ – \nସର୍ବଶ୍ରେଷ୍ଠ ନିର୍ଦ୍ଦେଶକ – ଶ୍ରୀରାମ ରାଘବନ୍(ଅନ୍ଧାଧୁନ୍)\nସର୍ବଶ୍ରେଷ୍ଠ ଡେବ୍ୟୁ ଅଭିନେତା – ଇଶାନ୍ ଖଟ୍ଟର (ଧଡ଼କ୍)\nସର୍ବଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ – ସାରାଅଲ୍ଲୀ ଖାନ୍ (କେଦାରନାଥ୍)\nସର୍ବଶ୍ରେଷ୍ଠ ସହ ଅଭିନେତା -ବିକ୍କି କୌଶଲ (ସଞ୍ଜୁ)\nସର୍ବଶ୍ରେଷ୍ଠ ସହ ଅଭିନେତ୍ରୀ – ଅଦିତି ରାଓ ହୈଦରି (ପଦ୍ମାବତ୍)\nସର୍ବଶ୍ରେଷ୍ଠ କାହାଣୀ – ଶ୍ରୀରାମ ରାଘବନ୍ ଓ ପୂଜା ଲୌଢ଼ା ସୁରତି (ଅନ୍ଧାଧୁନ୍) \nସର୍ବଶ୍ରେଷ୍ଠ ଗାୟକ – ଅରିଜିତ୍ ସିଂ (ଏ ବତନ୍…) – ଫିଲ୍ମ ରାଜି \nସର୍ବଶ୍ରେଷ୍ଠ ଗାୟିକ – ହର୍ଷଦୀପ୍ କୌର୍ ଓ ବିଭା ସରାଫ୍ (ଦିଲବରୋ) – ଫିଲ୍ମ ରାଜି\nସର୍ବଶ୍ରେଷ୍ଠ ସଙ୍ଗୀତକାର – ଅମାଲ୍ ମଲିକ୍, ଗୁରୁ ରଂଘୱା, ରୋଚକ କୋହଲି, ସୌରଭ-ବୈଭବ, ହନି ସିଂ, ଜେକ୍ ନାଇଟ୍ (ସୋନୁ କେ ଟିଟୁ କି ସ୍ୱିଟି)\nସର୍ବଶ୍ରେଷ୍ଠ ଗୀତିକାର – ଅମିତାଭ ଭଟ୍ଟାଚାର୍ଯ୍ୟ (‘ଧଡ଼କ୍’ ଟାଇାଟେଲ୍ ସଙ୍ଗ୍)











