ରେକର୍ଡ଼ କଲା ‘ଲାଲ୍ ସିଂ ଚଡ୍ଡା’
ଅମୀର୍ ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ସୁଟିଂ ଆରମ୍ଭ ହେବା ପୂର୍ବରୁ ହିଁ ରେକର୍ଡ଼ କରିସାରିଲାଣି । ‘ଫରେଷ୍ଟ ଗମ୍ପ’ର ରିମେକ୍ ଭାବେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ରେକର୍ଡ଼ କରିବା ପଛରେ କାରଣ ହେଉଛି କାହାଣୀ ଅନୁଯାୟୀ ୧୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏହାର ସୁଟିଂ ହେବ । ପ୍ରଥମ ଥର ପାଇଁ କୌଣସି ବଲିଉଡ୍ ଫିଲ୍ମରେ ୧୦୦ଟି ସୁଟିଂ ବ୍ୟାକଗ୍ରାଉଣ୍ଡ୍ ରହିବ । ଜଣେ ବ୍ୟକ୍ତିର ଜୀବନ ସମ୍ପର୍କିତ କାହାଣୀର ଆଧାରରେ ଫିଲ୍ମ ନିର୍ମାଣ ହେଉଥିବାରୁ ଏଥିରେ ବିଭିନ୍ନ ସ୍ଥାନକୁ ଦର୍ଶାଇବା ଏକ ମୁଖ୍ୟ ଦିଗ ।
ପ୍ରତ୍ୟେକ କ୍ଷେତ୍ରରେ ପରଫେକ୍ଟନେସ୍ ଚାହୁଁଥିବାରୁ ଅମୀର୍ କେବେ ମଧ୍ୟ ନକଲି ସୁଟିଂ ସେଟକୁ ପସନ୍ଦ କରନ୍ତି ନାହିଁ । ତେଣୁ ‘ଲାଲ୍ ସିଂ ଚଡ୍ଡା’ ପାଇଁ ଭାରତର ୧୦୦ଟି ସ୍ଥାନରେ ସୁଟିଂ କରାଯିବ । ଏବେ ଅମୀର୍ ଫିଲ୍ମ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏଥିପାଇଁ ସେ ନିଜର ୨୦ କିଲୋ ଓଜନ କମାଇବା ସହ ନିଜ ଡାଏଟ୍ କଣ୍ଟ୍ରୋଲ୍ କରୁଛନ୍ତି । ଏହାର ନିର୍ଦ୍ଦେଶକ ଭାବେ ଅଛନ୍ତି ଅଦ୍ୱୈତ ଚନ୍ଦନ ।











