‘ଜୟ ଜୟ ଶିବଶଙ୍କର…’ର ରିମେକ୍, ହ୍ରିତିକି-ଟାଇଗର୍ ମଧ୍ୟରେ ହେବ ଡ୍ୟାନ୍ସ ୱାର୍

ହ୍ରିତିକ୍ ରୋସନ୍ ଓ ଟାଇଗର ସ୍ରଫଙ୍କ ଆଗାମୀ ଫିଲ୍ମ ‘ୱାର୍’ ପାଇଁ ସିନେପ୍ରେମୀଙ୍କ ଉତ୍ସାହ ଦିନକୁ ଦିନ ବଢ଼ିଚାଲିଛି । ଅକ୍ଟୋବର ୨ ତାରିଖରେ ଏହା ସିନେମାଘରକୁ ଆସିବ । ଫିଲ୍ମର ସୁଟିଂ ଆରମ୍ଭ ହେବା ପରଠାରୁ ଏହାର ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ଦୃଶ୍ୟ ହେଉ କିମ୍ବା ତାରକାଦ୍ୱୟଙ୍କ ଡ୍ୟାନ୍ସ, କୌଣସି ନା କୌଣସି କାରଣ ପାଇଁ ଏହା ସିନେ ଚର୍ଚ୍ଚାରେ ରହିଆସିଛି । ନିକଟରେ ଏହାର ପ୍ରଥମ ଗୀତ’ ଘୁଙ୍ଗୁରୁ…’ ରିଲିଜ୍ ହୋଇସାରିଛି । ଏବେ ଫିଲ୍ମର ଆଉ ଏକ ଗୀତ ରିଳିଜ୍ କରାଯିବ । ଏହା ଗୋଟିଏ ହୋଲି ଦୃଶ୍ୟ ଉପରେ ଆଧାରିତ । ଏହି ଗୀତରେ ହ୍ରିତିକ୍ ଓ ଟାଇଗରଙ୍କ ଡ୍ୟାନ୍ସ ୱାର୍ ଦେଖିବାକୁ ମିଳିବ ବୋଲି ଶୁଣାଯାଉଛି । ଦକ୍ଷ ଓ ଦିବଂଗତ ଅଭିନେତା ରାଜେଶ୍ ଖାନ୍ନାଙ୍କ ସୁପରହିଟ୍ ସଙ୍ଗ୍ ‘ଜୟ ଜୟ ଶିବଶଙ୍କର…’କୁ ଏଥିପାଇଁ ବଛାଯାଇଛି । ଏହି ସଙ୍ଗକୁ ଇଲେକ୍ଟ୍ରୋ ଫ୍ୟୁଜନ୍ ଟୁଇଷ୍ଟ୍ ଦିଆଯାଇଛି । ଏଥିରେ ହ୍ରିତିକ୍ ଧଳା ଡ୍ରେସ୍ ସହିତ ଅଣ୍ଟାରେ ଚୁରନି ବାନ୍ଧିଥିବାବେଳେ ଟାଇଗରଙ୍କୁ ନିୟନଗ୍ରୀନର ସ୍ଲିଭଲେସ୍ ଜ୍ୟାକେଟରେ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *