ଆଶୀର୍ବାଦ ବେହେରା ଗିରଫ

ଭୁବନେଶ୍ଵର, (ଓଟି):  ତତ୍ତ୍ଵ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଛନ୍ତି ଓଡ଼ିଶା କ୍ରିକେଟ୍‌ ଏକାଡେମୀର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଓଡ଼ିଶା ପଅିମିୟର ଲିଗ୍‌ ଆୟୋଜନ ସମୟରେ ଅର୍ଥତତ୍ତ୍ଵ ଗ୍ରୁପ୍‌ରୁ ସେ ବେଆଇନ ଅର୍ଥ ଆଣିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ପୂର୍ବରୁ ଚାର୍ଜଶିଟ୍‌ ଦାଖଲ କରିଥିଲା।  ଆଜି ସକାଳେ ସିବିଆଇର ଏକ ୧୫ରୁ ୨୦ ଜଣିଆ ଟିମ୍‌ ଆଶୀର୍ବାଦଙ୍କ ଘରେ ରେଡ୍‌ କରି ତାଙ୍କୁ କୋର୍ଟ ୱରେଣ୍ଟ ବଳରେ ଗିରଫ କରିଛନ୍ତି। ତାଙ୍କ ସହ ହୋଟେଲ୍‌ ବ୍ୟବସାୟୀ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି।

ଆଶୀର୍ବାଦ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ୧୨ ବର୍ଷର ବ୍ୟବଧାନ ପରେ ମୋତେ ଗିରଫ କରିଛନ୍ତି। ଗିରଫଦାରୀ ପଛରେ ରହସ୍ୟ କ’ଣ ତାହା ଆପଣ ଜାଣିଛନ୍ତି। 

ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା ଏହି ଗିରଫକୁ ଏକ ଷଡ଼ଯନ୍ତ୍ର ବୋଲି ବଣ୍ଣନା କରିଛନ୍ତି। ସେ କହିଛନ୍ତି, ‘ ଆଗକୁ ଓସିଏର ନିର୍ବାଚନ ରହିଛି। ଏହି ନିର୍ବାଚନରେ ଆମ ପକ୍ଷରେ ଅନେକ ସମର୍ଥନ ରହିଛି। ଏହାକୁ  ଭିତ୍ତିକରି ବିରୋଧୀଙ୍କ ପକ୍ଷ ଭୟଭୀତ ହୋଇ ଏହିପରି ଏକ ଷଡ଼ଯନ୍ତ୍ର କରିଛନ୍ତି’। 

 

 

Leave a Reply

Your email address will not be published. Required fields are marked *