ଆର୍ଥିକ ବୃଦ୍ଧି ସହିତ ସୁଖସମୃଦ୍ଧି ପାଇଁ ସନ୍ଧ୍ୟା ସମୟରେ କରନ୍ତୁ ଏହିସବୁ କାମ

ପ୍ରଦୋଷ କାଳ ବା ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଉଥିବାରୁ ଏହି ସମୟ କୌଣସି କାମ କରିବା ପାଇଁ ଶୁଭ ହୋଇନଥାଏ । ଏହା ବ୍ୟତୀତ ଏଭଳି କିଛି କାର୍ଯ୍ୟ ରହିଛି, ଯାହାକୁ ଏହି ସମୟରେ କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହେବା ସହ ଆର୍ଥିକ ସଙ୍କଟ, ସ୍ୱାସ୍ଥ୍ୟ ସମସ୍ୟା ଓ ବାସ୍ତୁ ଦୋଷ, ସମ୍ମାନହାନି ଓ କଳହ ଇତ୍ୟାଦି ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିନେବା କେଉଁସବୁ କାମ ସନ୍ଧ୍ୟା ସମୟରେ କରିବା ଉଚିତ୍ ନୁହେଁ –

୧- ଗାଡ଼ିବସରେ ଯାତ୍ରା କରିବାକୁ ଥିଲେ କିମ୍ବା କୌଣସି ଜରୁରୀ ଜିନିଷ ଆଣିବା ପାଇଁ ସନ୍ଧ୍ୟା ସମୟରେ ଘରୁ ବାହାରନ୍ତୁ ନାହିଁ । ସନ୍ଧ୍ୟା ପୂର୍ବରୁ କିମ୍ବା ସନ୍ଧ୍ୟା ପରେ ଆପଣ ଏହି କାମ କରିପାରିବେ ।

୨- ପିଲାମାନେ ପାଠ ପଢ଼ୁଥିଲେ କିଛି ସମୟ ପାଇଁ ସେଥିରୁ ବିରତ ହେବାକୁ କୁହନ୍ତୁ । ବହି ଓ ଖାତାକୁ ଖୋଲା ଭାବେ ନ ଛାଡ଼ି ବନ୍ଦ କରି ଆସନ୍ତୁ ।

୩- ସନ୍ଧ୍ୟା ସମୟରେ ଖାଇବା, ଶୋଇବା, ମୁଣ୍ଡ କୁଣ୍ଡାଇବା ଓ ମନଦୁଃଖରେ ବସିବା ବର୍ଜିତ ଥାଏ ।

୪- ସନ୍ଧ୍ୟା ସମୟରେ ଠାକୁର ଓ ତୁଳସୀ ମୂଳରେ ଧୂପ-ଦୀପ ଦିଅନ୍ତୁ । ଠାକୁରଙ୍କ ପାଖରେ ଥିବା ଦୀପ କିମ୍ବା ଆଳତିକୁ ଆଣି ସବୁ କୋଠରୀରେ ବୁଲାନ୍ତୁ ।

୫- ସନ୍ଧ୍ୟା ସମୟରେ କାହାକୁ ଦହି, ଖିର, ଚାଉଳ, ବସ୍ତ୍ର କିମ୍ବା ଟଙ୍କା ଦିଅନ୍ତୁ ନାହିଁ । ସନ୍ଧ୍ୟା ହେବା ପୂର୍ବରୁ ଏସବୁ ଦେଇପାରିବେ । କିନ୍ତୁ ସନ୍ଧ୍ୟା ସମୟରେ ଯଦି କେହି ଆପଣଙ୍କୁ ଔଷଧ ମାଗିଥାନ୍ତି, ତେବେ ନିଶ୍ଚିତ ଭାବେ ତାଙ୍କୁ ସାହାଯ୍ୟ କରନ୍ତୁ ।

୬- ସନ୍ଧ୍ୟା ହେବା ପୂର୍ବରୁ ଘର ଝାଡ଼ୁ କରନ୍ତୁ । ସନ୍ଧ୍ୟା ପରେ ଝାଡ଼ୁ କରୁଥିଲେ ଅଳିଆକୁ ବାହାରେ ନ ଫୋପାଡ଼ି ଘର ଡଷ୍ଟବିନରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *