‘ନାଚ୍ ବଲିୟେ ୯’ର ସେଟରେ ପ୍ରପୋଜ୍ ସେରିମନି

ଚର୍ଚ୍ଚିତ ଡ୍ୟାନ୍ସ ରିଏଲିଟି ଶୋ’ ନାଚ୍ ବଲିୟେ’ର ୯ତମ ସଂସ୍କରଣର ଆଗାମୀ ଏପିସୋଡରେ ଦର୍ଶକଙ୍କୁ ବେଶ୍ ରୋମାଣ୍ଟିକ୍ ଓ ନିଆରା ପ୍ରପୋଜ୍ ସିନ୍ ଦେଖିବାକୁ ମିଳିବ । ଶୋ’ର ସୁଟିଂ ସେଟରୁ ଆସିଥିବା ଖବର ଅନୁଯାୟୀ ରୋହିତ୍ ରେଡ୍ଡି ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ଆଣ୍ଡୁମାଡ଼ି ବସି ଅନିତା ହସନନ୍ଦାନିଙ୍କୁ ପ୍ରପୋଜ୍ କରିଥିଲେ । ଏଥିପାଇଁ ରୋହିତ୍ ଫୁଲ ଓ ବେଲୁନରେ ଗୋଟିଏ ସୁନ୍ଦର ମଣ୍ଡପ୍ ପ୍ରସ୍ତୁତ କରି ଅନିତାଙ୍କୁ ସରପ୍ରାଇଜ୍ କରିଥିଲେ । ଏହି ମଣ୍ଡପରେ ସେ ସମସ୍ତଙ୍କ ସାମନାରେ ଅନିତାଙ୍କୁ ହିରାର ମୁଦି ଦେଇ ପ୍ରପୋଜ୍ କରି ମଜାଳିଆ ଢ଼ଙ୍ଗରେ କହିଥିଲେ ଯେ ‘ମୁଁ ସାରା ଜୀବନ ତୁମ ପାଇଁ ଟିଫିନ୍ ପ୍ରସ୍ତୁତ କରିବାକୁ ଚାହେଁ’ । ପ୍ରପୋଜ୍ ସେରିମନି ପାଇଁ ଅନିତାଙ୍କ ପରିବାର, କରଣ ପଟେଲ୍ ଓ ଅଦିତି ଭାଟିଆଙ୍କୁ ବିଶେଷ ଭାବେ ନିମନ୍ତ୍ରଣ କରାଯାଇଯାଇଥିଲା । ରୋହିତ୍ ପ୍ରପୋଜ୍ କରିବା ପରେ ଅନିତା ବେଶ୍ ଖୁସି ଓ ଇମୋସନାଲ୍ ଜଣାପଡ଼ୁଥିଲେ । କିନ୍ତୁ ଏହି ଖୁସିକୁ ବ୍ୟକ୍ତ କରିବା ପାଇଁ ତାଙ୍କ ପାଖରେ କୌଣସି ଶବ୍ଦ ନଥିଲା ।

Leave a Reply

Your email address will not be published. Required fields are marked *