ଦେଶବ୍ୟାପୀ ଲାଗୁ ହୋଇପାରେ ଏନ୍ଆର୍ସି
ଭୁବନେଶ୍ଵର, (ଓଟି): ଭାରତରେ ଅନୁପ୍ରବେଶକାରୀଙ୍କୁ ରୋକିବା ତଥା ସେମାନଙ୍କ ବେଆଇନ ବସତି ସ୍ଥାପନ ବ୍ୟବସ୍ଥା ପ୍ରତି ସରକାର ଅଧିକ କଡ଼ା ହୋଇଛନ୍ତି। ଏହିକ୍ରମରେ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକରଣ ବ୍ୟବସ୍ଥା ଆପଣାଯିବା ସମ୍ଭାବନା ରହିଛି। ‘ଯଦି ଆମେରିକା, ବ୍ରିଟେନ୍, ଋଷିଆ ପ୍ରଭୃତି ରାଷ୍ଟ୍ରରେ ଭାରତୀୟଙ୍କ ବେଆଇନ ରହିବା ନିଷିଦ୍ଧ ତେବେ ଭାରତରେ କାହିଁକି ଏତେ କୋହଳ ବୋଲି କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପ୍ରଶ୍ନ କରିଛନ୍ତି।
ନୂଆ ଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ ନିଜର ମନ୍ତବ୍ୟ ରଖି ଶ୍ରୀ ଶାହ କହିଛନ୍ତି ସାରା ଦେଶରେ ଏନ୍ଆର୍ସି ଲାଗୁ କରାଯିବା ଆବଶ୍ୟକ।











