ବିଜେପୁର ବିଗୁଲ: ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
ଭୁବନେଶ୍ଵର, (ଓଟି): ନିର୍ବାଚନ ସମୟରେ ବିଜେଡିରେ ଯୋଗ ଦେଇଥିବା ବିଜେଡି ନେତା ସୁବାସ ଚୌହାନଙ୍କୁ ନୂୖଆ ଦାୟିତ୍ଵ ଦେଇଛନ୍ତି ସରକାର। ଏହି ଦାୟିତ୍ଵ ଅନୁସାରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଥିନେଇ ସ୍ପଷ୍ଟ ସୂଚନା ଜାରି କରାଯାଇଛି।
ବିଜେପୁର ନିର୍ବାଚନ ପୂର୍ବରୁ ଏହି ସଂଗଠକ ତଥା ରାଜନେତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ଵ ଦିଆଯିବା ଏକ ରାଜନୀତିକ ଥଇଥାନ ବୋଲି ବିଚାର କରାଯାଉଛି। ତେବେ ସୁବାସ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ‘ ମୋତେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି’।











