ଚେହେରାରେ ସଠିକ୍ ଟୋନ୍ ଆଣିବା ପାଇଁ ଆପଣାନ୍ତୁ କିଛି ବିୟୁଟି ଟିପ୍ସ
ବାହାରକୁ ଯିବା ସମୟରେ ସନସ୍କ୍ରୀନ୍ ଲୋସନ୍ ଲଗାଇବା ଦ୍ୱାରା ଚେହେରାର ଟୋନିଙ୍ଗ୍ରେ ଫରକ ଆସିଥାଏ । ଆଖି ତଳର ତ୍ୱଚାର ରଙ୍ଗ କିମ୍ବା ଥୋଡ଼ିର ରଙ୍ଗ ଗାଲର ରଙ୍ଗ ସହିତ ମ୍ୟାଚ୍ କରେନାହିଁ । ଅନେକଙ୍କର ବେକ ପଛପଟେ କଳା ପଡ଼ିଯାଇଥାଏ । ହାତରେ ଗ୍ଲୋଭସ୍ ନ ଲଗାଇବା ଦ୍ୱାରା ହାତ ଓ ଚେହେରାର ରଙ୍ଗରେ ମଧ୍ୟ ଫରକ ଜଣାପଡ଼େ । ବାହାରକୁ ଯିବା ସମୟରେ ସବୁବେଳେ ମୁହଁରେ କପଡ଼ା ବାନ୍ଧୁଥିଲେ ମଧ୍ୟ ଚେହେରାରେ ଟୋନିଙ୍ଗ୍ ଡିଫେରେନ୍ସ ସମସ୍ୟା ଦେଖାଦେଇଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ସହିତ ତ୍ୱଚାର ଚମକ ବଢ଼ାଇବା ପାଇଁ ଏକ ସହଜ ଓ ସରଳ ବିୟୁଟି ଟିପ୍ସ ରହିଛି । ଏହାକୁ ଆପଣାଇବା ଦ୍ୱାରା ତ୍ୱଚାର ରଙ୍ଗ ପାର୍ଥକ୍ୟ ସମସ୍ୟା ସବୁଦିନ ପାଇଁ ଦୂର ହୋଇପାରିବ ।
ତେବେ ଆସନ୍ତୁ ଜାଣିବା – ଲେମ୍ବୁ, ଚିନି ଓ ନଡ଼ିଆ ତେଲକୁ ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ନେଇ ଚେହେରା, ବେକ ପଛପଟେ ଓ ହାତରେ ହାଲକା ଭାବେ ସ୍କ୍ରବ୍ କରନ୍ତୁ । କିଛି ସମୟ ଏଭଳି କରିବା ପରେ ପ୍ରାୟ ଅଧଘଣ୍ଟା ଛାଡ଼ି ଦେଇ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଲେମ୍ବୁ ରସ ତ୍ୱଚାର ପିଏଚ୍ ବାଲାନ୍ସ ବଜାୟ ରଖିବାରେ ଖୁବ୍ ସହାୟକ । ଚିନି ଦ୍ୱାରା ଚେହେରାର ମୃତକୋଷିକାଗୁଡ଼ିକୁ ବାହାର ଯାଇଥାଏ ଏବଂ ନଡ଼ିଆ ତେଲ ତ୍ୱଚାକୁ ଆବଶ୍ୟକୀୟ ପୋଷକତତ୍ୱ ଯୋଗାଇଥାଏ । ତେଣୁ ଏହି ଫେସପ୍ୟାକକୁ ପ୍ରତିଦିନ ୧-୨ ମାସ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଆପଣଙ୍କ ତ୍ୱଚାରେ ପାର୍ଲର ଭଳି ଚମକ ଆସିଯିବ । \n











